Latest Odisha News

BREAKING NEWS

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା, ଜଣେ ଗୁରୁତର

ସମ୍ବଲପୁର: ହନୁମାନ ଜୟନ୍ତୀରେ ସମ୍ବଲପୁର ବିରାଟ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା। ଶୋଭାଯାତ୍ରା ଘଟିଲା ଅଘଟଣ। ଜଣେ ମହିଳା ବୁଲାଇଲେ ଖଣ୍ଡା। ଏଥିରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ଖଣ୍ଡା ବୁଲାଇବା ସମୟରେ ଅସାବଧାନତାରୁ ଖଣ୍ଡାଟି ତାଙ୍କ ମୁଣ୍ଡରେ ବାଜିଛି। ଫଳରେ ସମ୍ପୃକ୍ତ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶୋଭାଯାତ୍ରାରେ ଶହ ଶହ ମହିଳା ଥିବାବେଳେ ମହିଳା ମାନେ ଖଣ୍ଡା ବୁଲାଉଥିଲେ। ମଧ୍ୟରାତ୍ର ଯାଏଁ ସମ୍ବଲପୁରରେ ଚାଲିଥିଲା ଶୋଭାଯାତ୍ରା। ସେପଟେ ଗଦା ବୁଲାଇଲେ ସ୍ବାସ୍ଥ୍ୟମନ୍ତ୍ରୀ। ବରଗଡ଼ ଜିଲ୍ଲା ପଦ୍ମପୁରରେ ହନୁମାନ ଜୟନ୍ତୀରେ ସାମିଲ ହୋଇ ଗଦା ବୁଲାଇଛନ୍ତି ମୁକେଶ ମହାଲିଙ୍ଗ। ହିନ୍ଦୁ ଓ ହନୁମାନ ପ୍ରେମୀଙ୍କ ଭିତରେ ଉତ୍ସାହ ଦେଖି ନିଜେ ନିଜକୁ ଅଟକାଇ ପାରିନଥିଲେ ମନ୍ତ୍ରୀ।

ସେମାନଙ୍କ ସହ ସାମିଲ ହୋଇ ଗଦା ବୁଲାଇବା ସହିତ ହନୁମାନ ଭକ୍ତ ମାନଙ୍କ ସହିତ ଖୁବ ନାଚିଥିଲେ । ବଜରଙ୍ଗ ଦଳ, ବିଶ୍ବହିନ୍ଦୁ ପରିଷଦ ଓ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ପଦ୍ମପୁର ରାମ ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା । ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସାମିଲ ହୋଇଥିଲେ।

 

Comments are closed.