Latest Odisha News

BREAKING NEWS

ହାପି ବାର୍ଥ ଡେ ଅଭିଷେକ

ନୂଆଦିଲ୍ଲୀ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ।  ଆଜି ଅଭିଷେକ ବଚ୍ଚନଙ୍କ ଜନ୍ମଦିନ। ଅଭିଷେକ ଆଜି ତାଙ୍କର ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୫ ଫେବୃଆରୀ ୧୯୭୬ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅଭିଷେକ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ପରିବାରଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଅନ୍ୟପକ୍ଷରେ ପ୍ରଶଂସକମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।

ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ପ୍ରଥମ ସାକ୍ଷାତ ୧୯୯୭ ମସିହାରେ ଏକ ସେଟରେ ପ୍ରଥମ ଥର ପାଇଁ ହୋଇଥିଲା। ସେତେବେଳେ ଐଶ୍ୱର୍ଯ୍ୟା ଅଭିନେତା ବବି ଦେଓଲଙ୍କ ସହ କାମ କରୁଥିଲେ। ଏହା ପରେ, ଦୁହେଁ ପ୍ରଥମେ ୨୦୦୦ ମସିହାରେ ‘ଢାଇ ଅକ୍ଷର୍ ପ୍ରେମ କେ’ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ ଏବଂ ଏହା ପରେ ଦୁହେଁ ୨୦୦୩ ଚଳଚ୍ଚିତ୍ର ‘କୁଛ୍‌ ନା କହୋ’ରେ କାମ କରିଥିଲେ। ଏହି ସମୟ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଗଢି ଉଠିଥିଲା। ଏହାପରେ ୨୦୦୭ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Leave A Reply

Your email address will not be published.