Latest Odisha News

BREAKING NEWS

କୃଷକ ଆନ୍ଦୋଳନକୁ ନେଇ ନୀରବତା ଭାଙ୍ଗିଲେ ସଲ୍‌ମାନ; କହିଲେ ଏମିତି କଥା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ସରକାରଙ୍କ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେଲିବ୍ରେଟମାନେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ସମୟରେ ନିଜର ମତ ପ୍ରକାଶ କରୁଛନ୍ତି। ଏହି ଆନ୍ଦୋଳନ ଠିକ ବୋଲି କେହି କେହି ଖୋଲାଖୋଲି ଭାବେ କୃଷକମାନଙ୍କୁ ସମର୍ଥନ କରୁଛନ୍ତି ତ କେହି କେହି ଦେଶରେ ଏକତା ଗଠନ ବିଷୟରେ କହୁଛନ୍ତି।

ତାପସୀ ପନ୍ନୁ, କଙ୍ଗନା ରାଣାୱତ, ଅକ୍ଷୟ କୁମାର, ଅଜୟ ଦେବଗନ୍, ସ୍ୱରା ଭାସ୍କର ଏ ପର୍ଯ୍ୟନ୍ତ ଅନେକ ବିବୃତ୍ତି ଦେଇଛନ୍ତି। ଖାଲି ସେତିକି ନୁହେଁ, ବର୍ତ୍ତମାନ ବଲିଉଡର ଦବାଙ୍ଗ ଖାନ ସଲମାନ ମଧ୍ୟ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି।

ନିକଟରେ ସଲମାନ ଖାନ ଏକ ଇଭେଣ୍ଟରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ କୃଷକ ଆନ୍ଦୋଳନ ବିଷୟରେ ପଚରାଯାଇଥିଲା। ତାଙ୍କୁ ପଚରାଯାଇଥିଲା ଆପଣ ଏ ବିଷୟରେ କିଛି କହିବାକୁ ଚାହାଁନ୍ତି କି? ଏହାର ଜବାବରେ ସଲ୍‌ମାନ ପୁନର୍ବାର କହିଥଲେ, ମୁଁ କହିବି, ମୁଁ ସମ୍ପୂର୍ଣ୍ଣ ଭାବେ କହିବି …. ଯାହା ଠିକ୍ ତାହା କରାଯିବା ଉଚିତ୍, ଯାହା ସଚ୍ଚୋଟ ତାହା କରାଯିବା ଉଚିତ୍। ତେବେ ପ୍ରଥମ ଥର ପାଇଁ ସଲମାନ ଖାନ କୃଷକ ଆନ୍ଦୋଳନ ବିଷୟରେ ଏହି ବୟାନ ଦେଇଛନ୍ତି।

Leave A Reply

Your email address will not be published.