Latest Odisha News

୭୦ ବର୍ଷରେ ପଦାର୍ପଣ କଲେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ; ଟୁଇଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ଟଲିଉଡ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ। ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି ଅଭିନେତା ରଜନୀକାନ୍ତ। କେବଳ ଟଲିଉଡ୍‌ ନୁହେଁ ବଲିଉଡ୍‌ରେ ମଧ୍ୟ ସେ ନିଜ ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ବିଶେଷ ସ୍ଥାନ ସୃଷ୍ଟି କରିଛନ୍ତି। ‘ରୋବଟ୍‌’, ‘ରୋବଟ୍‌‌ ୨.୦’, ‘ରା ୱାନ୍‌’ ଭଳି ଅନେକ ବଲିଉଡ୍‌ ଚଳଚ୍ଚିତ୍ରରେ ସେ ତାଙ୍କ ଅଭିନୟର ଜଲ୍‌ୱା ଦେଖାଇଛନ୍ତି। ସେ ୧୨ ଡିସେମ୍ବର ୧୯୫୦ରେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ। ତେବେ ରଜନୀକାନ୍ତରୁ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ପରିଚୟ ହାସଲ କରିବାକୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା ତାଙ୍କୁ।

ରଜନୀକାନ୍ତ ତାଙ୍କ ଭିନ୍ନ ଶୈଳୀ ଏବଂ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁପାରୁଥିଲା। ବିଶେଷ କଥା ହେଉଛି ସେ କେବଳ ନିଜ ସମ ବୟସ୍କଙ୍କ ପାଇଁ ପ୍ରେରଣା ନୁହେଁ ପ୍ରତ୍ୟେକ ପିଢି ପାଇଁ ସେ ଆଦର୍ଶ କଳାକାର ଭାବେ ଉଭା ହା‌େଇପାରିଛନ୍ତି।

ତେବେ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ତାରକା ରଜନୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଲେଖିଛନ୍ତି ପ୍ରିୟ ରଜନୀକାନ୍ତ ଜୀ, ଜନ୍ମଦିନର ଶୁଭେଚ୍ଛା। ଭଗବାନ ସର୍ବଦା ଆପଣଙ୍କୁ ସୁସ୍ଥ ରଖନ୍ତୁ ଏବଂ ଦୀର୍ଘାୟୁ କରନ୍ତୁ। ଏହା ବ୍ୟତୀତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍ ରହମାନ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକଙ୍କ ତରଫରୁ ଏହି ସିଡିପି ରିଲିଜ୍ କରି ମୁଁ ବହୁତ ଖୁସି ଏବଂ ଗର୍ବ ଅନୁଭବ କରୁଛି।

Leave A Reply

Your email address will not be published.