Latest Odisha News

BREAKING NEWS

ହାପି ବାର୍ଥ ଡେ’ ଅଜୟ ଦେବଗନ୍

୫୩ ବର୍ଷରେ ପ୍ରଦାର୍ପଣ କରିଛନ୍ତି ଅଜୟ ଦେବଗନ୍

ମୁୁମ୍ବାଇ : ଆଜି ହେଉଛି ବଲିଉଡର ହ୍ୟାଣ୍ଡ ସମ୍ ଅଜୟ ଦେବଗନଙ୍କ ବାର୍ଥ ଡେ’ । ଆଜିି ୫୩ ବର୍ଷରେ ପ୍ରଦାର୍ପଣ କରିଛନ୍ତି ଅଜୟ ଦେବଗନ୍ । ଏନେଇ ତାଙ୍କୁ ଆଜି ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି । ୨୨ ବର୍ଷ ବୟସରେ ଅଜୟ ଦେବଗନ ଅଭିନୟ ଦୁନିଆକୁ ଆସିଥିଲେ । ଅଜୟ ୨ ଏପ୍ରିଲ ୧୯୬୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ନାଁ ପୂର୍ବରୁ ଭିଶାଲ ବୀରୁ ଦେବଗନ୍ ଥିଲା । ଅଭିନୟ ଦୁନିଆକୁ ଆସିବା ପରେ ଅଜୟ ଦେବଗନ୍ ବୋଲି ତାଙ୍କୁ କୁହାଗଲା।

ଏବେ ଅଜୟ ଦୁଇଟି ସୁପରହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ବେଶ୍ ପ୍ରଶଂସା ସାଉଁଟିଥିଲେ ।ଗଙ୍ଗୁବାଇ କାଠିଆୱାଡି ଓ ଆର ଆର ଆର୍ ଅଭିନୟ କରିଥିଲେ ଅଜୟା । ତାଙ୍କ ଏହି ମୁଭି ଦୁଇଟି ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏବେ ଅଜୟ ଦେଗନ୍ ଅଫକମିଂ ରନୱେ ୩୪ ର ସୁଟିଂରେ ବ୍ୟକ୍ତ ଅଛନ୍ତି । ଏହା ଏକ ଥ୍ରିଲର ମୁଭି ଅଟେ ।ଏହି ମୁଭିରେ ଅଜୟ ଦେବଗନ, ଅମିତାଭ୍ ବଚ୍ଚନ, ରାକୁଲ ପ୍ରୀତ ସଂ, ଅଙ୍ଗୀରା ଧାର ଏବଂ ଆଙ୍କାକ୍ଷା ସିଂଙ୍କୁ ଦେଖିବାକୁ ମିଳିବ ।

ହେଲେ ଆଜି ତାଙ୍କ ବର୍ଥ ଡେ କୁ ପରିବାର ସହ ସେଲିବ୍ରେସନ କରୁଛନ୍ତି ଅଜୟ ଦେବଗନ୍ । ୨୦୧୬ରେ ସେ ଫିଲ୍ମ ଫେୟାର ଆୱାର୍ଡ , ପଦ୍ମଶ୍ରୀ ଆୱାର୍ଡ ଆଦି ପାଇଛନ୍ତି । ପ୍ରଥମେ ୧୯୯୧ରେ ‘ଫୁଲ ଔର କାଣ୍ଟେ ‘ମୁଭିରୁ ନିଜର ଅଭିନୟ ଆରମ୍ଭ କରିଥିଲେ ।

ପରେ ୧୯୯୨ରେ ‘ଜିଗର’ , ୧୯୯୩ରେ ସଂଗ୍ରାମ, ୧୯୯୪ରେ ‘ଦିଲ ୱାଲେ ‘,୧୯୯୬ରେ ଦିଲ୍ଲୀଜଲେ ,୧୯୯୮ରେ ଜଖମ୍ମ, ୧୯୯୯ରେ ‘ଦିଲ ଦେ ଛୁକେ ସନମ’ , ୨୦୦୨ରେ କମ୍ପାନୀ , ‘ଦିୱାଙ୍ଗେ’,’ଗୋଲମାଲ’ , ୨୦୦୮ରେ ‘ଗଲମାଲ ରିଟର୍ଣ୍ଣସ୍’, ୨୦୦୯ରେ ‘ଗୋଲମାଲ ୩’ ଓ ୨୦୧୦ରେ ‘ସିଙ୍ଘମ୍ ‘, ୨୦୧୨ରେ ‘ସିଙ୍ଘମ୍ ରିଟର୍ଣ୍ଣସ୍’,୨୦୧୯ରେ ‘ଟୋଟାଲ ଧମାଲ’, ୨୦୨୨ରେ ‘ତାନାଜୀ’ ତାଙ୍କ ଅଭିନୀତ ଫିଲ୍ମ ଥିଲା ।ଆଜି ଅଜୟଙ୍କ ଜନ୍ମ ଦିନ ହୋଇଥିବାରୁ ଢେରସାରା ଶୁଭେଚ୍ଛା ତାଙ୍କୁ ମିଳିଛି ।

Leave A Reply

Your email address will not be published.