Latest Odisha News

BREAKING NEWS

ହାପି ବାର୍ଥ ଡେ ଦୀପିକା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଦୀପିକା ପାଦୁକୋନ ବଲିଉଡକୁ ଆସିବା ପୂର୍ବରୁ ମଡେଲିଂ କରିଥିଲେ। ସେ ଅନେକ ବଡ ବଡ କମ୍ପାନୀର ବିଜ୍ଞାପନ ମଧ୍ୟ କରିଥିଲେ ଏବଂ ତା’ପରେ ୨୦୦୭ରେ ସେ ‘ଓମ୍ ଶାନ୍ତି ଓମ୍’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ଦୀପିକା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରିଥିଲେ। ବଲିଉଡ୍‌ର ହଲିଉଡ୍‌ ପର୍ଯ୍ୟନ୍ତ ପ୍ରଶଂସକଙ୍କ ଲମ୍ବା ତାଲିକା ରହିଛି ଦୀପିକାଙ୍କର।

ଦୀପିକା ପାଦୁକୋନ ଡେନମାର୍କର ରାଜଧାନୀ କୋପେନ୍‌ହାଗେନ୍‌ରେ ଜନ୍ମଗ୍ରହଣ କରିଥିଲ‌େ। ଭାରତୀୟ ବ୍ୟାଟମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନଙ୍କ ଝିଅ ଦୀପିକା ପାଦୁକୋନ ତାଙ୍କ ପିତାଙ୍କ ପରି ବ୍ୟାଟମିଣ୍ଟନ ଖେଳାଳି ହେବାକୁ ଚାହୁଁଥିଲେ। ଏକ ଟିଭି ଚ୍ୟାନେଲ ସାକ୍ଷାତକାରରେ ସେ ଏହା ପ୍ରକାଶ କରିଛନ୍ତି।

ସେ ବଲିଉଡରେ ଯୋଗଦେବା ପୂର୍ବରୁ ଦୀପିକା କନ୍ନଡ ଚଳଚ୍ଚିତ୍ର ‘ ଐଶ୍ୱର୍ଯ୍ୟା’ରେ କାମ କରିଥିଲେ। ଏହି ଚଳଚ୍ଚିତ୍ରଟି କନ୍ନଡ ଦର୍ଶକଙ୍କ ଦ୍ୱାରା ଆଦୃତ ଲାଭ କରିଥିଲା।

ବଲିଉଡର ମସ୍ତାନୀ ଦୀପିକା ୨୦୦୭ ରେ ଶାହରୁଖ ଖାନଙ୍କ ସହ ‘ଓମ ଶାନ୍ତି ଓମ’ ରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ଭୂମିକା ପାଇଁ ତାଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ ମହିଳା ଅଭିନେତ୍ରୀ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା।

Comments are closed.