Latest Odisha News

ହାପି ବର୍ଥ ଡେ’ ଜୁହି ଚାୱଲା

ମୁମ୍ବାଇ : ଆଜି ବଲିଉଡ ବିୟୁଟି ଜୁହି ଚାୱଲାଙ୍କ ବର୍ଥ ଡେ’। ବଲିଉଡର ଫେମସ ଆକ୍ଟ୍ରିସ ଜୁହି ଆଜି ୫୪ ବୟସରେ ପାଦ ଥାପିଛନ୍ତି । ଏନେଇ ବଲିଉଡ୍ ଜଗତରୁ ଜୁହିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଜି ଜୁହି ତାଙ୍କ ବାର୍ଥ ଡେ ସ୍ପେଶାଲ ୱେରେ ସେଲିବ୍ରେସନ କରିବେ ବୋଲି ଜଣାପଡ଼ିଛି। ଜୁହି ୧୩ ନଭେମ୍ବର ୧୯୬୭ ମସିହାରେ ହରିୟାନାରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ୧୯୮୪ ମସିହାରେ ମିସ୍ ଇଣ୍ଡିଆ ବିୟୁଟି କଣ୍ଟେଷ୍ଟ ଜିତିଥିଲେ ଓ ମିସ୍ ୟୁନିଭର୍ସ ଟାଇଟେଲ ମଧ୍ୟ ଜିତିଥିଲେ । ତା ପରେ ତାଙ୍କର ବଲିଉଡ ଯାତ୍ରା ଆରମ୍ଭ ହୋଇଥିଲା।

୧୯୮୬ ମସିହାରେ ଜୁହି ପ୍ରଥମ ଥର ପାଇଁ ସୁଲତାନ ଫିଲ୍ମରେ ଆକ୍ଟିଂ କରିଥିଲେ। ଏଥିରେ ତାଙ୍କର ଅଭିନୟକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ।ତା ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଜୁହି। ୧୯୮୮ ରେ ଜୁହି ‘କୟାମତ୍ ସେ କୟାମତ’ ଫିଲ୍ମରେ ଆକ୍ଟିଂ କରିଥିଲେ ପରେ ୧୯୯୩ରେ’ ଲୁଟେରା’,’ଆଇନା’ ,’ଡର୍’ ,’ହମ୍ ହେ ରାହୀ ପ୍ୟାର କି ‘ଆଦି ଫିଲ୍ମରେ ନିଜର ଆକ୍ଟିଂର ଜାଦୁଗରି ଦେଖାଇ ବେଷ୍ଟ ଆକ୍ଟ୍ରିସ ଆୱାର୍ଡ ପାଇଥିଲେ।

୧୯୯୭ରେ କମେଡି ଫିଲ୍ମ ‘ଦେୱାନା ମସ୍ତାନା’,’ୟେସ ବସ’ ,’ଇସ୍କ’ ଆଦି ଫିଲ୍ମରେ ମଧ୍ୟ ସେ ଅଭିନୟ କରିଥିଲେ। ପରେ ୨୦୦୩ ମସିହାରେ ‘ଝଙ୍କାର ବିଟସ୍’ , ୨୦୦୫ରେ ‘ମାଇଁ ବ୍ରଦର ନିଖିଲ’,୨୦୧୧ରେ ଆଇ ଆମ୍ ,୨୦୧୪ରେ ‘ଗୁଲାବ ଗ୍ୟାଙ୍ଗ’ ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ । ୨୦୧୦ରେ ଜୁହି ‘ଶୁଖ୍ମନି ହୋପ ଫର ଲାଇଫ୍’ ଫିଲ୍ମରେ ସେ ଆକ୍ଟିଂ କରିଥିଲେ।ଏବେ କିଛି ଦିନ ହେବ ଜୁହି ବଲିଉଡ ଜଗତରୁ ଦୂରରେ ଅଛନ୍ତି।

Leave A Reply

Your email address will not be published.