Latest Odisha News

BREAKING NEWS

୯୧ ବର୍ଷରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଭଏସ୍ ଅଫ୍ ଇଣ୍ଡିଆ । ବଲିଉଡରେ ସାତ ଦଶନ୍ଦିର ଦବଦବା । କୋକିଳ କଣ୍ଠି, ସୁର ସାମ୍ରାଜ୍ଞୀ । ୩୬ଟି ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଥିବା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଆଜି ହେଉଛି ଜନ୍ମ ଦିବସ । ସେ ୯୧ ବର୍ଷ ବୟସରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶ ଇନ୍ଦୋରରେ ୧୯୨୯ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ଏତେ ବର୍ଷ ହେଲା ପରେ ମଧ୍ୟ ତାଙ୍କ ପାଖରେ ସତେ ଯେମିତି ବୟସ ହାର ମାନିଛି । ଆଜି ବି ତାଙ୍କ କଣ୍ଠରୁ ଝରୁଛି ସୁମଧୁର ଗୀତ ।

ବଲିଉଡର ମୋଷ୍ଟ ଭର୍ସଟାଇଲ ସିଙ୍ଗର । ଗାଇଛନ୍ତି ହଜାର ହଜାର ଗୀତ । ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ଜୟ ଶଙ୍କରଙ୍କଠାରୁ ଆରମ୍ଭ କରି ମଦନ ମୋହନ । ସୋନୁ ନିଗମ ହୁଅନ୍ତୁ ଅବା ଅନୁ ମଲ୍ଲିକ ସମସ୍ତଙ୍କ ପ୍ରିୟ ଲତା ଦିଦି । ସେ ଥିଲେ ସମସ୍ତଙ୍କ ଅଲ୍‌ଟାଇମ୍ ଫେଭେରେଟ୍ । ରୋମାଂଟିକ ହେଉ ଅବା ଦୁଃଖଦ ଗୀତ । ଯାହା ବି ସେ ଗାଇଦିଅନ୍ତିି ସମସ୍ତୁ କମିଆ କରିଦିଅନ୍ତି । ତାଙ୍କ କଣ୍ଠରେ ସତେ ଯେମିତି ସରସ୍ୱତୀ ବସିଛନ୍ତି ।

ସଙ୍ଗୀତ ରାଇଜର ରାଜକୁମାରୀ । ସଙ୍ଗୀତ ସାମ୍ରାଜ୍ଞି । ସୁର, ତାଳ, ଲୟ ତାଙ୍କଠାରୁ ଆରମ୍ଭ ଆଉ ତାଙ୍କଠାରେ ହିଁ ଯେମିତି ଶେଷ ହୁଏ । ୱହିଦା ରହେମାନଙ୍କ ଠାରୁ ଆରମ୍ଭ କରି ଐଶ୍ୱର୍ଯ୍ୟା ରାୟ । ସମସ୍ତଙ୍କ ଆୱାଜ ପାଲଟିଛନ୍ତି ଲତା । ଯାହା ବି ସେ ଗାଇଛନ୍ତି ତାହା ଦର୍ଶକଙ୍କୁ ପାଗଳ କରି ଦେଇଛି । ଏଥିପାଇଁ ସମଗ୍ର ବିଶ୍ୱରେ ଅଜସ୍ର ଭଲପାଇବା ସାଉଁଟିଛନ୍ତି ଲତା ମଙ୍ଗେସକର ।

Leave A Reply

Your email address will not be published.