Latest Odisha News

କରନ ଜୋହରଙ୍କ ପାର୍ଟି ଭିଡିଓ ଅସଲି ଓ ଅନ୍ ଏଡିଟେଡ୍, ତଦନ୍ତ କରିବ NCB !

ମୁମ୍ବାଇ: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହରଙ୍କ ଘରେ ହେଉଥିବା ପାର୍ଟିରେ ଡ୍ରଗ୍ସ ସେବନ ହେଉଥିଲା କି ? ଭିଡିଓ ଭାଇରାଲ୍ ପରେ ଚର୍ଚ୍ଚା ଜୋର ଧରିଥିଲା । ଏବେ ସେହି ଭିଡିଓକୁ ନେଇ ଖୋଳତାଡ ଚଳାଇଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । କରନ ଜୋହରଙ୍କ ପାର୍ଟି ଉପରେ ଏବେ ଏନସିବିର ନଜର ଥିବା କୁହାଯାଉଛି ।

ଫରେନସିକ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି କରନଙ୍କ ଘରେ ହୋଇଥିବା ପାର୍ଟି ବେଳର ଏହି ଭିଡିଓ ଅସଲି । ଏହାକୁ ଏଡିଟ୍ କରାଯାଇ ନାହିଁ । ସେହି ଭିଡିଓକୁ ଏନସିବିକୁ ହସ୍ତାନ୍ତର କରାଯାଇଛି । ଆଶା କରାଯାଉଛି, ଆଗକୁ ବହୁ ବଡ଼ ସେଲିବ୍ରିଟି ଏନସିବି ତଦନ୍ତ ପରିସରକୁ ଆସି ପାରନ୍ତି ।

ସୂଚନା ମିଳିଛି, ଖୁବଶୀଘ୍ର ଏନସିବି ଡେପୁଟୀ ଡାଇରେକ୍ଟର କେ. ପି. ଏସ୍. ମାଲହୋତ୍ରା ଓ ଡେପୁଟୀ ଡିଜି ମୁଥା ଅଶୋକ ଜୈନ୍ ପରବର୍ତ୍ତୀ କାର୍ୟ୍ୟପନ୍ଥ ନେଇ ଏନସିବି ଡିଜି ରାକେଶ ଅସ୍ଥାନାଙ୍କ ସହ ଆଲୋଚନା କରିବେ । ଗତକାଲି ରାକେଶ ଅସ୍ଥାନା ମୁମ୍ବାଇ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହ ଡ୍ରଗ୍ସ ଲିଙ୍କ ତଦନ୍ତ ଅଗ୍ରଗତି ନେଇ ଆଲୋଚନା କରିଥିଲେ ।

ଦିନେ ତଳେ କରନ ଜୋହର ତାଙ୍କ ଘରେ ପାର୍ଟିରେ ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କରିଥିଲେ । ୨୦୧୯ ମସିହାରେ କରନ ଜୋହରଙ୍କ ଘରେ ପାର୍ଟି ହୋଇଥିଲା । ଯେଉଁଠାରେ ଦୀପିକା ପାଦୁକୋନ, ରଣବୀର କପୁର, ବରୁଣ ଧଓ୍ୱନ, ଅର୍ଜୁନ କପୁର, ମଲାଇକା ଅରୋରା, ଭିକି କୌଶାଲ, ସାହିଦ କପୁରଙ୍କ ଭଳି ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ସାମିଲ ଥିଲେ ।

Leave A Reply

Your email address will not be published.