Latest Odisha News

ଆଜି ବି ହକ୍‌ ପାଇଁ ଲଢ଼ୁଛି ଶ୍ରମିକ, ଅନିଶ୍ଚିତାରେ ରୋଜଗାର

ଭୁବନେଶ୍ୱର : ପ୍ରତିବର୍ଷ ମେ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ସାରା ବିଶ୍ୱରେ ଶ୍ରମିକ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଉତ୍ସଗୀକୃତ । ୧୮୮୬ ମସିହାରୁ ମେ ୧କୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଶ୍ରମ ଦିବସରେ ସାରା ବିଶ୍ୱରେ ଶ୍ରମିକଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରାଯାଇଛି ।

ମେ ୧ ହେଉଛି ୮୦ ରୁ ଅଧିକ ଦେଶରେ ଏକ ଜାତୀୟ ଛୁଟିଦିନ । ଆଜି ଯାଏଁ ୮୦ ଟି ଦେଶରେ ମେ ମାସ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଅନ୍ୟ ଦେଶ ଗୁଡିକ ନିଜ ଦେଶ ନିୟମ ଅନୁସାରେ ଶ୍ରମିକ ଦିବସ ପାଳନ କରିଥାନ୍ତି । ସବୁଠୁ ପ୍ରଥମେ ୧୮୮୨ରେ ଆମେରିକା ଓ କାନାଡାରେ ସେପ୍ଟେମ୍ବର ମାସରେ ଶ୍ରମିକ ଦିବସ ପାଳିତ ହେଲା। କିଛି ବର୍ଷ ପରେ ମେ ପହିଲାରେ ଏହି ଦିବସ ପାଳନର ନିଷ୍ପତ୍ତି ନିଆଗଲା। ଶ୍ରମିକମାନେ‌ ଆଠଘଣ୍ଟା କାର୍ଯ୍ୟ ସମୟ ଦାବି କରିବାରୁ ଏହା ଆନ୍ଦୋଳନର ରୂପ ନେଲା ।

ଆମେରିକାର ବାଲ୍ଟିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ସଂଘର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା କାର୍ଯ୍ୟ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗୃହୀତ କରିଥଲେ। ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା। ୧୯୨୩ରେ ତତ୍କାଳୀନ ମାଡ୍ରାସରେ ‘ଲେବର୍ କିସାନ ଅଫ୍ ପାର୍ଟି’ ପକ୍ଷରୁ ଭାରତରେ ପ୍ରଥମଥର ପାଇଁ ଶ୍ରମିକ ଦିବସ ପାଳିତ ହେଲା।

Comments are closed.