Latest Odisha News

BREAKING NEWS

ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ଘୋଷଣା:ଆରମ୍ଭ ହେବ ‘ହର ଘର ଦସ୍ତକ’ ଅଭିଯାନ

ଦିଲ୍ଲୀ: ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ବୁଧବାର ଦିନ କହିଥିଲେ, ଖରାପ ପ୍ରଦର୍ଶନ କରିଥିବା ଜିଲ୍ଲାରେ ଘର ଘର ଯାଇ କୋଭିଡ଼-୧୯ ଟିକାକରଣ ପାଇଁ ଆସନ୍ତା ମାସରେ ‘ହର ଘର ଦସ୍ତକ’ ଅଭିଯାନ ଆରମ୍ଭ କରାଯିବ।

ଏହାର ଉଦ୍ଦେଶ୍ୟ ଲୋକଙ୍କୁ ମହାମାରୀରୁ ବଞ୍ଚେଇବା ପାଇଁ ପୂର୍ଣ୍ଣ ଟିକାକରଣ ପାଇଁ ପ୍ରେରଣା ଦିଆଯିବ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଏକ ରାଷ୍ଟ୍ରୀୟ ସମୀକ୍ଷା ବୈଠକ ଦ୍ୱାରା ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଥିଲେ, କେଉଁ ଜିଲ୍ଲା ଏମିତି ନରହିବା ଦରକାର, ଯେଉଁଠାରେ ପୂର୍ଣ୍ଣ ଟିକାକରଣ ନ ଦିଆଯାଇଥିବ।

ସେ କହିଲେ, ‘ହର ଘର ଦସ୍ତକ’ ଅଭିଯାନ ଶୀଘ୍ର ଖରାପ ପ୍ରଦର୍ଶନ ହୋଇଥିବା ଜିଲ୍ଲାର ଲୋକଙ୍କୁ ପୂର୍ଣ୍ଣ ଟିକାକରଣ ପାଇଁ ଉତ୍ସାହିତ କରିବା ଏବଂ ପ୍ରେରଣା ପ୍ରଦାନ କରିବା ପାଇଁ ଆରମ୍ଭ ହେବ। ନଭେମ୍ବର ୨୦୨୧ ଶେଷ ସୁଦ୍ଧା କୋଭିଡ଼ ଟୀକାର ପ୍ରଥମ ଡ଼ୋଜ ଦେବାର ଲକ୍ଷ୍ୟ ରଖାଯାଇଛି। ମାଣ୍ଡବୀୟା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧନନ୍ତ୍ୱରୀ ଜୟନ୍ତୀର ଅବସରରେ ୨ନଭେମ୍ବରକୁ ଅଭିଯାନ ଆରମ୍ଭ କରିବା ପାଇଁ କହିଥିଲେ। ଏହି ମଧ୍ୟରେ ୪୮ଜିଲ୍ଲାକୁ ଚିହ୍ନଟ କରାଯାଇଛି।

Leave A Reply

Your email address will not be published.