Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁଠି ତିଆରି ହୁଏ ବରଫର ମହଲ

ବେଜିଂ: ଚୀନର ହେଲୟୋଙ୍ଗ ଅଂଚଳରେ ଏବେ ଆଇସ ଆଣ୍ଡ ସ୍ନୋ ଫେଷ୍ଟିଭାଲ ଆରମ୍ଭ ହୋଇଛି । ୧୮ ଦିନ ସମୟ ଦିଆଯିବା ପରେ କଳାକାରମାନେ ଗଢ଼ିଥିଲେ ବରଫର ମହଲ ଏବଂ ଅନ୍ୟ କଳାକୃତି । ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ଏହି କଳାକୃତି ଦେଖିବାକୁ ଆସିଥାନ୍ତି । ଥ୍ରୀଡି ଲାଇଟ ଏବଂ ବରଫର କଳାକୃତି ଲୋକମାନଙ୍କୁ ଏକ ନୂଆ ଦୁନିଆକୁ ନେଇ ଯାଇଥାଏ । ଏଠାରେ ବର୍ତମାନ ମାଇନସ ୩୫ ଡିଗ୍ରୀ ଟେମ୍ପରେଚର ରହିଛି । ଏହି ବରଫଭରା ପରିବେଶରେ କଳାକାର ଯାଦୁଭରା ସ୍ପର୍ଶ ବିମୋହିତ କରିଦିଏ । ପ୍ରତ୍ୟେକ ବର୍ଷ ୨କୋଟିରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ପ୍ରତ୍ୟେକ କଳାକାରଙ୍କୁ ଏକ ନିର୍ଦ୍ଦିଷ୍ଟ ମାପର ବରଫ ବ୍ଲକ ଦିଆଯାଇଥାଏ । ସେଥିରେ ସେମାନେ ଦକ୍ଷତାର ପରିଚୟ ଦେଇଥାନ୍ତି ।

Leave A Reply

Your email address will not be published.