Latest Odisha News

BREAKING NEWS

ସୋମବାରଠୁ ଗଡ଼ିବ ଭାରତର ପ୍ରଥମ ଚାଳକବିହୀନ ଟ୍ରେନ୍

ନୂଆଦିଲ୍ଲୀ: ଆସନ୍ତା ସୋମବାର ଠାରୁ ଗଡିବାକୁ ଯାଉଛି ଭାରତର ପ୍ରଥମ ଚାଳକବିହୀନ ଟ୍ରେନ୍।

ପ୍ରାପ୍ତ ସୂଚନା ଅନୁଯାୟୀ ଡିସେମ୍ବର ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସି ଜରିଆରେ ଦିଲ୍ଲୀର ମାଜେଣ୍ଟା ଲାଇନ (ଜନକପୁରୀ ପଶ୍ଚିମ-ବଟାନିକାଲ ଗାର୍ଡେନ) ଯାଏଁ ଏହି ସେବାର ଉଦଘାଟନ କରିବେ।

ଏହାବ୍ୟତୀତ ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ୍ୟାସନାଲ କମନ ମୋବିଲିଟି କାର୍ଡ ସେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି।

ଚାଳକବିହୀନ ରେଳ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଏହା ମାନବୀୟ ତ୍ରୁଟିର ସମ୍ଭାବନାକୁ ସମ୍ପୂର୍ଣ୍ଣ ଦୂର କରିବ। ଯାହା ଫଳରେ ଦେଶର ଯେକୌଣସି ସ୍ଥାନରୁ ଜାରି କରାଯାଇଥିବା ରୁପେକାର୍ଡଧାରୀ ମାନେ ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ଉକ୍ତ କାର୍ଡକୁ ଉପଯୋଗ କରି ଯାତ୍ରା ସୁବିଧା ପାଇପାରିବେ। ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ଦିଲ୍ଲୀ ମେଟ୍ରୋ ନେଟୱର୍କରେ ଏହି ସୁବିଧା ଉପଲବ୍ଧ ହେବ।

ମାଜେଣ୍ଟା ଲାଇନରେ ଚାଳକ ବିହୀନ ମେଟ୍ରୋ ଚଳାଚଳ କରିବା ପରେ ୨୦୨୧ ମଧ୍ୟଭାଗ ସୁଦ୍ଧା ଦିଲ୍ଲୀ ମେଟ୍ରୋର ପିଙ୍କ ଲାଇନରେ ମଧ୍ୟ ଚାଳକବିହୀନ ଟ୍ରେନ ଚଳାଚଳ କରିବ।

 

Leave A Reply

Your email address will not be published.