କୋରାପୁଟ: ଧରାପଡ଼ିଲା ହାର୍ଡକୋର୍ ମାଓବାଦୀ କୁଞ୍ଜମ ହିଡ୍ମା ଓରଫ ମୋହନ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ ଧରିଲା ପୋଲିସ। AK-47 ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। କୁଞ୍ଜମ ACM ଥିଲା, ୭ଟି ବଡ଼ ହିଂସାକାଣ୍ଡରେ ସମ୍ପୃକ୍ତ। ଏନେଇ କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି।
କୁଞ୍ଜମ ହିଡ୍ମା ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଉସୁରୁ ଥାନା ଜାନାଗୁଡ଼ା ଗ୍ରାମର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି। ତାକୁ ଧରିବା ପାଇଁ ୪ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। କୋରାପୁଟ ଜିଲ୍ଲାର ୪ଟି ଓ ମାଲକାନଗିରି ଜିଲ୍ଲାର ୩ଟି ବଡ ମାଓ ହିଂସା କାଣ୍ଡରେ ଜଡ଼ିତ। ୨୦୦୭ ମସିହାରେ ମାତ୍ର ୧୪ ବର୍ଷ ବୟସରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲା। ଏହି ଘଟଣରେ ଆନ୍ଧ୍ର ଓଡ଼ିଶା ବୋର୍ଡର ଜୋନାଲ କୋରାପୁଟ ପୋଲିସକୁ ମିଳିଛି ବଡ ସଫଳତା।
ଏକ ୪୭ ବନ୍ଧୁକ,୩୫ ରାଉଣ୍ଡ ଜୀବନ୍ତ ଗୁଳି,ଗୋଟାଏ ମାଗାଜିନ୍, ୨୭ଟି ଡିଟୋନେଟର ୯୦ ଗୋଟି ତାର ବିହୀନ ଡିଟୋନେଟର, ଗାଁ ପାଉଡର ୨କିଲୋ, ୨ଟି ଷ୍ଟିଲ ଟିଫିନ୍ ବାକ୍ସ ,୨ଟି ରେଡ଼ିଓ , ୨ ଟି ଇୟର ଫୋନ୍, ଗୋଟାଏ ୱାକିଟକି ,୨ଟି ଛୁରୀ, ୪ଟି ଟର୍ଚ୍ଚ ଲାଇଟ ମାଓ ପୁସ୍ତକ, ମେଡିସିନ ,ପୋଷାକ ଆଦି ମାଓ ସାମଗ୍ରୀ ଜବତ କରିଛି ପୋଲିସ ।
Comments are closed.