ଅହମ୍ମଦାବାଦ: ଆଇପିଏଲର ରବିବାର ଦ୍ୱିତୀୟ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୯ ରନର ବିଜୟ ଲକ୍ଷ୍ୟ ରଖିଛି । ଦୀର୍ଘ ଦିନ ପରେ ରୋହିତ ଶର୍ମାଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେଉଛନ୍ତି । ଟସ ବେଳେ କିନ୍ତୁ ହାର୍ଦ୍ଦିକଙ୍କୁ ଦର୍ଶକ ଏତେଟା ଗ୍ରହଣ କରିପାରି ନ ଥିଲେ । ଶୁଭମନ ଗିଲଙ୍କ ସହ ଟସ ପକାଇବା ବେଳେ ନରେନ୍ଦ୍ର ମୋଦି ଷ୍ଟାଡିୟମ ରୋହିତ…ରୋହିତ ଶବ୍ଦରେ ପ୍ରକମ୍ପିତ ହୋଇଥିଲା । ଏଥିରୁ ସ୍ପଷ୍ଟ ଅନୁମେୟ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବା ପ୍ରଶଂସକମାନେ ଏବେ ବି ଗ୍ରହଣ କରିପାରି ନାହାନ୍ତି । ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ରୋହିତଙ୍କ ସପକ୍ଷରେ ପ୍ଲାକାର୍ଡ ଧରି ବୁଲୁଥିବା ପ୍ରଶଂସକମାନଙ୍କୁ ଦେଖିବାକୁ ମିଳିଥିଲା । ହାର୍ଦ୍ଦିକ ଏଥିନେଇ ଅସନ୍ତୋଷ ଥିବା ଜଣା ପଡିଥିଲା ।
ଏକ୍ସରେ ମଧ୍ୟ ରୋହିତ-ରୋହିତ ଟ୍ରେଣ୍ଡ କରିବାରେ ଲାଗିଛି । ରୋହିତ ତୁମ ଆମର ଅଧିନାୟକ ଥିଲ ଓ ରହିବ ବୋଲି ୟୁଜର୍ସମାନେ ଲେଖିଛନ୍ତି । ହାର୍ଦ୍ଦିକ ମ୍ୟାଚ ବେଳେ ରୋହିତଙ୍କୁ ବାଉଣ୍ଡରୀ ନିକଟରେ ଜଗାଇଥିବା ବେଳେ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଯଦି ଗୁଜରାଟ ଏୟା ତେବେ ୱାଙ୍ଖେଡରେ ହାର୍ଦ୍ଦିକଙ୍କ ଅବସ୍ଥା କଣ ହେବ ।
Comments are closed.