Latest Odisha News

BREAKING NEWS

ଭାଙ୍ଗିଗଲାକି ଯଶ୍ମିନ ୱାଲିୟା ଓ ହାର୍ଦ୍ଦିକଙ୍କ ପ୍ରେମ ସମ୍ପର୍କ

ମୁମ୍ବାଇ: ନତାଶା ଷ୍ଟାନକୋଭିଚଙ୍କ ସହ ବିବାହ ବିଚ୍ଛେଦ ଘଟିବା ପରେ ଭାରତୀୟ କ୍ରିକେଟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକୁଟିଆ ପଡି ଯାଇଥିଲେ । ଏହା ପରେ ଭାରତୀୟ ବଂଶୋଦ୍ଭବ ଗାୟିକା ଯଶ୍ମିନ ୱାଲିୟାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଅବଶ୍ୟ ସେମାନେ ଏହି ସମ୍ପର୍କ ନେଇ କୌଣସି ଖୁଲାସା କରି ନାହାନ୍ତି । ରିପୋର୍ଟ ମୁତାବକ ଉଭୟଙ୍କ ବ୍ରେକଅପ ହୋଇଛି । ଇନଷ୍ଟାଗ୍ରାମରେ ଉଭୟ ପରସ୍ପରକୁ ଅନଫଲୋ କରିଛନ୍ତି । ୧ ବର୍ଷ ଡେଟ କରିବା ପରେ ଉଭୟଙ୍କ ମୋହଭଙ୍ଗ ହୋଇଥିବା ଅନୁମାନ କରାଯାଉଛି ।

ଆଇସିସି ୨୦୨୫ ଚାମ୍ପିୟନ୍ସ ଟ୍ରଫି ଅବସରରେ ଯଶ୍ମିନ ଭାରତ ମ୍ୟାଚକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଉଭୟ ଗ୍ରୀସରେ ଲମ୍ବା ସମୟ ଛୁଟି କାଟିବା ସୋସିଆଲ ମିଡିଆରେ ସେମାନଙ୍କ ପ୍ରେମ ସମ୍ପର୍କ ଗୁଜବ ବେଶ ଜୋର ଧରିଥିଲା । ଯଶ୍ମିନ ଗାୟିକା ଭାବେ ବ୍ରିଟେନର ବେଶ ନାମ କମାଇଛନ୍ତି । ସେ ଇଂଲଣ୍ଡର ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାପିତା ଭାରତୀୟ ଅଟନ୍ତି । ସେ ଇଂଲଣ୍ଡ ଯିବା ପରେ ସେଠାରେ ରହି ଯାଇଥିଲେ ।

Comments are closed.