ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ୨୦୧୬ ଜାନୁୟାରୀରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ କ୍ୟାରିୟର ଆରମ୍ଭ କରିଥିଲେ । ହାର୍ଦ୍ଦିକ ଏହି ଅବସରରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ଏହା ତ କେବଳ ଆରମ୍ଭ । ଏବେ କ୍ୟାରିୟରକୁ ଆହୁରି ଆଗକୁ ନେବା ପାଇଁ ଉଦ୍ୟମ ଜାରୀ ରଖିବି । ୧୦ ବର୍ଷର ଏହି ଯାତ୍ରାରେ ଅନେକ ସଂଘର୍ଷ ଓ ଶିକ୍ଷା ଲାଭ କରିଛି । ଏ ନେଇ ସୋସିଆଲ ମିଡିଆ ଆକାଂଉଟରେ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
୨୦୨୪ ଟି୨୦ ବିଶ୍ୱକପ ଟାଇଟଲ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଭାରତକୁ ଚାମ୍ପିୟନ କରାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ଉଭୟ ବ୍ୟାଟିଂ ଓ ବୋଲିଂ ମାଧ୍ୟମରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ବରୋଦା ଟିମ ପକ୍ଷରୁ ଖେଳୁଥିବା ଏହି ଅଲରାଉଣ୍ଡର ଆନ୍ତର୍ଜାତୀୟସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଇପିଏଲ ତାଙ୍କ କ୍ୟାରିୟରକୁ ନୂତନ ଦିଗ ଦେବାରେ ସହାୟ ହୋଇଥିଲା । ଏବେ ସେ ଆଗାମୀ ବଡ ଟୁର୍ଣ୍ଣାମେଂଟଗୁଡିକରେ ଭଲ ପ୍ରଦର୍ଶନ ପାଇଁ ଆଶା ରଖିଛନ୍ତି ।