Latest Odisha News

ଅଢ଼େଇ ମାସ ମଧ୍ୟରେ ସବୁ କିଛି ବଦଳିଗଲା କହିଲେ ଏହି ଷ୍ଟାର ଅଲରାଉଣ୍ଡର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ପୂର୍ବରୁ ଭାବପ୍ରବଣ ହୋଇଛନ୍ତି । ସେ କହିଛନ୍ତି ଅଢ଼େଇ ମାସ ମଧ୍ୟରେ ସବୁ କିଛି ବଦଳି ଯାଇଛି । ଜୀବନ ୩୬୦ ଡିଗ୍ରୀ ବୁଲିଯାଇଛି । ଗତ ଆଇପିଏଲରେ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବାକୁ ପ୍ରଶଂସକମାନେ ଗ୍ରହଣ କରିପାରି ନ ଥିଲେ । ତାଙ୍କୁ ଏ ନେଇ ଅନେକ ଅପମାନ ସହିବାକୁ ପଡିଥିଲା । ତେବେ ଜାତୀୟ ଦଳରେ ବର୍ଷକ ମଧ୍ୟରେ ୨ଟି ଆଇସିସି ଟ୍ରଫି ଜିତାଇବାରେ ହାର୍ଦ୍ଦିକଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ପ୍ରଶଂସକମାନେ ମଧ୍ୟ ତାଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡିଛନ୍ତି । ମୁମ୍ବାଇ ଗତ ଆଇପିଏଲରେ ଶେଷ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଏଥର ଦଳ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ ବୋଲି ହାର୍ଦ୍ଦିକ କହିଛନ୍ତି । ୧୧ ବର୍ଷ ହେବ ମୁଁ ଆଇପିଏଲ ଖେଳୁଛି । ପ୍ରତ୍ୟେକ ସଂସ୍କରଣ ନୂଆ ଉତ୍ସାହ ନେଇ ଆସିଥାଏ । ମୁମ୍ବାଇ ଏଥର ଚାମ୍ପିୟନ ହେବ ବୋଲି ସେ ଦୃଢ଼ତା ସହକାରେ କହିଛନ୍ତି ।

Leave A Reply

Your email address will not be published.