ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫିର ବ୍ଲକବଷ୍ଟର ମୁକାବିଲା ଖେଳାଯାଉଛି । ଏହି ମ୍ୟାଚରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୮ ଓଭରରେ ୩୧ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ତାଙ୍କ ବୋଲିଂ ଅପେକ୍ଷା ପିନ୍ଧିଥିବା ଘଂଟାର ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରିଚାର୍ଡ ମିଲେରର ରାଫେଲ ନାଡାଲ ସ୍କେଲିଟନ ଡାଏଲ ଏଡିଶନର ଏହି ଘଂଟାର ମୂଲ୍ୟ ୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୪୨ ରନର ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି ।
ହାର୍ଦ୍ଦିକ ୨ଟି ୱିକେଟ ନେଇଥିବା ବେଳେ କୂଲଦୀପ ଯାଦବ ୩ଟି ୱିକେଟ ହାସଲ କରିଥିଲେ । ଭାରତ ପ୍ରଥମ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଥିବା ବେଳେ ନ୍ୟୁଜିଲାଣ୍ଡ ନିକଟରୁ ପାକିସ୍ତାନ ପରାଜିତ ହୋଇଛି । ଏହି ମହାମୁକାବିଲାରେ ଭାରତ ବିଜୟ ହାସଲ କରି ସେମିଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି । ସବିଶେଷ ଖବର ହସ୍ତଗତ ହେଲା ବେଳକୁ ଭାରତ ୨୫ ଓଭରରେ ୨ ୱିକେଟ ହରାଇ ୧୨୬ ରନ ସଂଗ୍ରହ କରିନେଇଛି ।
Comments are closed.