ଭୁବନେଶ୍ୱର: କାର୍ତ୍ତିକ ଶୁକ୍ଳ ନବମୀ ରେ ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ‘ହରିହର’ ବେଶ ଅନୁଷ୍ଠିତ ହୋଇଛି । ଆଜି ଶ୍ରୀମନ୍ଦିର ଦ୍ୱାର ଘ.୫.୧୦ ମି ରେ ଫିଟା ହୋଇ ମଙ୍ଗଳ ଆରତୀ ଘ.୬.୦୦ ପରେ, ମଇଲମ ଘ.୬.୫ ରେ ହୋଇ ତଡପଲାଗି ଘ.୬.୩୫ ରେ ସମ୍ପନ୍ନ ପରେ ଠାକୁରଙ୍କର ଅବକାଶ ପୂଜା ଶେଷ ସକାଳ ଘ.୭.୧୫ ରେ ହେଇଥିଲା ।
ମଇଲମ ସକାଳ ଘ.୭.୨୦ ରେ ବଢି ବଡ଼ଠାକୁର ଶ୍ରୀବଳଭଦ୍ର ମହାପ୍ରଭୁଙ୍କର “ହରିହର” ବେଶ ସକାଳ ଘ.୮.୨୫ ରେ ଅନୁଷ୍ଠିତ ହୋଇଥିଲା ।
କାର୍ତ୍ତିକ ମାସ ଦୀପାବଳୀ ଅମାବାସ୍ୟା ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ପଡୁଥିବା ‘ସୋମବାର’ ରେ ଶ୍ରୀବଳଭଦ୍ର ଙ୍କୁ ପରମ୍ପରା ମତେ ‘ହରିହର’ ବେଶ କରାଯାଏ ।
ଏହି ବେଶରେ ‘ଶିବ,ବିଷ୍ଣୁ’ ଉଭୟଙ୍କ ସମନ୍ୱୟ ଅକାତ୍ମ ରୂପ ଅଟେ ।ଶ୍ରୀବିଗ୍ରହମାନଙ୍କ ସକାଳଧୂପ ପରେ ରାଧା ଦାମୋଦର ବେଶ ଅନୁଷ୍ଟିତ ବେଳେ ବିଧି ମତେ ଶ୍ରୀବଳଭଦ୍ର ଠାକୁରଙ୍କ ଶ୍ରୀଅଙ୍ଗରେ ଅର୍ଦ୍ଧେକ ଶ୍ୱେତ ବସ୍ତ୍ର ଲାଗି ହୋଇ ଅନ୍ୟ ଅର୍ଦ୍ଧେକ କୃଷ୍ଣ ବସ୍ତ୍ରରେ ମଣ୍ଡିତ ହୋଇଥାନ୍ତି ।
ଏହି ଚିତାକର୍ଷକ ବେଶରେ ବଡ଼ଠାକୁର ଶ୍ରୀଭୁଜରେ ସୁବର୍ଣ୍ଣ ନଳୀ ଭୁଜ,କର୍ଣ୍ଣରେ କୁଣ୍ଡଳ,କଟିରେ ଓଡ଼ିଆଣୀ, ଚନ୍ଦ୍ର,ସୂର୍ଯ୍ୟ, ତଥା ବିଭିର୍ଣ୍ଣ ପ୍ରକାରର ସୁବର୍ଣ ମାଳି ଧାରଣ କରିଥିଲେ । ଉକ୍ତନୀତି ସମାପନ ପରେ ମନ୍ଦିରରେ କାର୍ତ୍ତିକ ମାସର ଅନ୍ୟାନ୍ୟ ଦୈନଦିନ ନୀତିମାନ ଅନୁଷ୍ଠିତ ହୋଇଥିଲା ।
Comments are closed.