Latest Odisha News

BREAKING NEWS

ସିଏଏସର ଶୁଣାଣୀ ବିରୋଧରେ ଆବେଦନ କରିବାକୁ ମନା କରିଥିଲେ ଭିନେଶ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ମହିଳା ରେସଲର ଅଧିକ ଓଜନ ଯୋଗୁ ଫାଇନାଲରେ ଖେଳିପାରି ନ ଥିଲେ । ଭିନେଶ ଏ ନେଇ କୋର୍ଟ ଅଫ ଆର୍ବିଟ୍ରେଶନ ଫର ସ୍ପୋଟ୍ସ ନିକଟରେ ଆବେଦନ କରିଥିଲେ । ସିଏଏସ ମଧ୍ୟ ତାଙ୍କ ବିପକ୍ଷରେ ଶୁଣାଣୀ କରିଥିଲେ । ଭିନେଶ କେସ ଲଢ଼ୁଥିବା ଭାରତର ପ୍ରତିଷ୍ଠିତ ଓକିଲ ହରୀଶ ସାଲଭେ ଏକ ଚାଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଏହି ଶୁଣାଣୀ ବିରୋଧରେ ଚ୍ୟାଲେଞ୍ଜ କରିବା ପାଇଁ ଭିନେଶଙ୍କୁ କୁହାଯାଇଥିଲେ ମଧ୍ୟ ସେ ମନା କରିଥିଲେ ।

ଏବେ ସେ କଂଗ୍ରେସରେ ଯୋଗ ଦେବା ପରେ ଭାରତୀୟ ଅଲିମ୍ପିକ ସଂଘ ପିଟି ଉଷା ଏବଂ ଅନ୍ୟମାନେ ସହଯୋଗ କରି ନ ଥିବା ନେଇ ଅଭିଯୋଗ କରିଥିଲେ । ଏହାର ଜବାବରେ ସାଲଭେ ଏବେ ମୁହଁ ଖୋଲିଛନ୍ତି । ଆମେ ଯଦି ସୁଇସ କୋର୍ଟରେ ଆବେଦନ କରିଥାନ୍ତେ ତାହା ହେଲେ କିଛି ଫଳାଫଳ ହୁଏତ ବାହାରି ପାରିଥାନ୍ତା ବୋଲି ସାଲଭେ କହିଛନ୍ତି । ଏହି ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି ।

Comments are closed.