Latest Odisha News

BREAKING NEWS

ହିରୋ ମୋଟୋ କର୍ପ ବିକ୍ରି କରିବ ହାର୍‌ଲି ଡେଭିଡ୍‌ସନ୍ ବାଇକ୍ !

ନୂଆଦିଲ୍ଲୀ: ଗତମାସ ପ୍ରିମିୟମ୍ ବାଇକ୍ କମ୍ପାନୀ ହାର୍‌ଲି ଡେଭିଡ୍‌ସନ୍ ଭାରତରେ ନିଜ ଉତ୍ପାଦନ ଓ ବିକ୍ରୟ ବନ୍ଦ କରିବା ନେଇ ଘୋଷଣା କରିଥିଲା । ଭାରତୀୟ ବଜାରରେ ଏହି ବାଇକର ଚାହିଦା ଥିଲେ ବି ବିକ୍ରୟ ଏତେଟା ଆଖିଦୃଶିଆ ନଥିଲା । ଏହି କାରଣରୁ ହାରଲି ଡେଭିଡ୍‌ସନ୍ ନିଜ ମୂଳ ବଜାର ୟୁରୋପ, ଉତ୍ତର ଆମେରିକା ଓ ବଛାବଛା ଦକ୍ଷିଣ ପୂର୍ବ ଏସୀୟ ଦେଶରେ ବାଇକ ବିକ୍ରୟକୁ ପ୍ରାଧାନ୍ୟତା ଦେବାକୁ ନିଷ୍ପତ୍ତି ନେଇଥିଲା ।

ତେବେ ଭାରତରେ ହାର୍‌ଲି ଡେଭିଡ୍‌ସନ୍ ଉତ୍ପାଦନ ବନ୍ଦ କଲେ ବି ବିକ୍ରୟ ଓ ସର୍ଭିସ୍ ଜାରି ରହିବ । ଏ ନେଇ ହିରୋ ମୋଟୋ କର୍ପ ସହ ଚୁକ୍ତି ସ୍ୱାକ୍ଷର କରିଛି ହାର୍‌ଲି ଡେଭଡ୍‌ସନ୍ । ଆଗାମୀ ଦିନରେ ଖୁବଶୀଘ୍ର ହାରଲି ଡେଭିଡ୍‌ସନ୍‌ର ବାଇକ୍ ବିକ୍ରୟ ସହ ସର୍ଭିସ୍ ଦେବ ହିରୋ ମୋଟୋ କର୍ପ ।

ସ୍ୱାକ୍ଷରିତ ଚୁକ୍ତିରେ ହିରୋ ମୋଟୋ କର୍ପର ଭୂମିକା:

  • ହାର୍‌ଲି ଡେଭିଡ୍‌ସନ୍ ବାଇକର ସ୍ପେୟାର ପାର୍ଟସ୍‌, ଏସେସୋରିଜ୍‌, ଜ୍ୟାକେଟ୍ ଓ ପରିଧାନ ଗାର୍ଡ ବିକ୍ରୟ କରିବ 
  • ସାଧାରଣ ବାଣିଜ୍ୟ ଉପରେ ସମ୍ପୁର୍ଣ୍ଣ ନିୟନ୍ତ୍ରଣ 
  • ହାର୍‌ଲି ଡେଭିଡସନ୍ ବ୍ରାଣ୍ଡ ଅଧିନରେ ଗାଡି ନିର୍ମାଣ କରିବା ସହ ବିକ୍ରୟ କରିବା ଅଧିକାର
  • ସମଗ୍ର ଭାରତରେ ଦୁଇ କମ୍ପାନୀ ମିଳିତ ଭାବେ ସୋ ରୁମ୍ ଖୋଲିବେ
Leave A Reply

Your email address will not be published.