Latest Odisha News

BREAKING NEWS

ପାକିସ୍ତାନକୁ ହରାଇ କ୍ରିକେଟର ମଧୁର ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଶୁକ୍ରବାର ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି । ଏଥିସହ ଭାରତ ଟି୨୦ ବିଶ୍ୱକପ କ୍ରିକେଟ ପରାଜୟର ମଧୁର ପ୍ରତିଶୋଧ ନେଇପାରିଛି । ବିଜୟ ସହ ଭାରତ ଏକ ପ୍ରକାର ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଛି । ହରମନପ୍ରୀତ ସିଂ ୨ଟି ଗୋଲ ସ୍କୋର କରିବା ସହ ଚମତ୍କାର ପ୍ରଦର୍ଶନ କରିଥିବାରୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ କେବଳ ଆକାଶଦୀପ ସିଂ ଗୋଟିଏ ଗୋଲ ସ୍କୋର କରିଥିଲେ । ପାକିସ୍ତାନ ପକ୍ଷରୁ ସାନ୍ତ୍ୱନାମୂଳକ ଗୋଲଟି ଜୁନୈଦ ମଞ୍ଜୁର ଦେଇଥିଲେ । ପ୍ରଥମ ମ୍ୟାଚରେ ଭାରତ ୨-୨ରେ କୋରିଆ ସହ ମ୍ୟାଚ ଡ୍ର ରଖିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୯-୦ ଗୋଲରେ ପରାସ୍ତ କରିଥିଲା ।

Leave A Reply

Your email address will not be published.