Latest Odisha News

BREAKING NEWS

କରୋନା ସ୍ଥିତି ନେଇ ଆଜି ବିଭିନ୍ନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ଦୈନିକ ସଂକ୍ରମଣ ଲକ୍ଷେ ଟପିଛି । ସେକେଣ୍ଡ ଓ୍ୱେଭ୍ ସାଂଘାତିକ ହେଉଥିବା ବେଳେ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ସନ୍ଧ୍ୟା ସାଢେ ୬ଟାରେ ଭିଡିଓ କନଫରେନ୍ସିଂରେ ଏହି ବୈଠକ ବସିବ । ନିଜ ନିଜ ରାଜ୍ୟରେ କୋଭିଡ୍ ସ୍ଥିତି ଓ ମୁକାବିଲା ବାବଦରେ ଆଲୋଚନା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ । ଏହାସହ ଟିକାକରଣ ନେଇ ବି ଆଲୋଚନା କରିପାରନ୍ତି ।

ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଥିବା ବେଳେ ଆସନ୍ତା ୮ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମୁକାବିଲା ପଦକ୍ଷେପ ବାବଦାରେ ମୁଖ୍ୟମନ୍ତ୍ରୀଙ୍କ ମତାମତ ଲୋଡ଼ିବେ ପ୍ରଧାନମନ୍ତ୍ରୀ । କିଭଳି ସଂକ୍ରମଣ ଚେନରେ ବ୍ରେକ ଲଗାଯିବ ସେବାବଦରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।

Leave A Reply

Your email address will not be published.