Latest Odisha News

ଦେଖଣାହାରୀଙ୍କ ଉପରେ ପଡ଼ିଗଲା ‘ରାବଣ’; ଅନେକ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଜୟାଦଶମୀରେ ରାବଣ ପୋଡି ହେବ। ଢୋ, ଢା ଶବ୍ଦରେ ପ୍ରକମ୍ପିତ ହେବ ଖଣ୍ଡ ଅଞ୍ଚଳ। ଦୀର୍ଘ ଦୁଇ ବର୍ଷ ପରେ ରାବଣ ପୋଡି ଅନୁଷ୍ଠିତ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହ ଥିଲା। ତେଣୁ ସାଙ୍ଗ ସାଥୀଙ୍କୁ ଧରି ଏକତ୍ରିତ ହୋଇଥିଲେ ହଜାର ହଜାର ଲୋକ। କିନ୍ତୁ ଘଟଣା କିଛି ଓଲଟା ହୋଇଛି। ରାବଣର ପୁତ୍ତଳିକାରେ ‘ରାମ’ ନିଆଁ ଲଗାଇବା ଆଗରୁ ଲାଗିଯାଇଥିଲା ନିଆଁ। ଆଉ ପାଖରେ ଥିବା ଲୋକଙ୍କ ଉପରେ ଏହି କୁଶପୁତ୍ତଳିକା ପଡିଯାଇଛି। ଏଥିରେ ଅନେକ ଆହତ ହୋଇଛନ୍ତି।

ହରିଆଣାର ଫତେହାବାଦ ଜିଲ୍ଲାର ଯମୁନାନଗରରେ ଏଭଳି ଏକ ଅଘଟଣ ଘଟିଛି। ଯଦିଓ ଅନେକ ଆହତ ହୋଇଛନ୍ତି ହେଲେ ସଠିକ ସମୟରେ ପଦକ୍ଷେପ ନିଆଯିବାରୁ ଗୋଟିଏ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। କାଠ ବାହାର କରିବା ବେଳେ 70 ଫୁଟର ଏହି ରାବଣ ପୁତ୍ତଳିକା ଭାଙ୍ଗିଯାଇଥିଲା।

ଏହାପରେ ଲୋକମାନେ ଏଣେ ତେଣେ ଦୌଡିବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ୍ କର୍ମଚାରୀମାନେ ମଦ୍ୟ ଆହତ ହୋଇଥିଲେ। ଦୁଇ ଜଣ ନିଆଁରେ ଧାସରେ ଆସିଥିଲେ। ତେଣୁ ସେମାନଙ୍କ ପୋଷାକ ଜଳି ଯାଇଥିଲା। ଆଉ କିଛି ବାଣର ନିଆଁର ଶିକାର ହୋଇ ଜଳି ଯାଇଥିଲେ। କିନ୍ତୁ ଶେଷ ଖବର ସୁଦ୍ଧା ମୃତାହତର ଖବର ନାହିଁ।

Comments are closed.