ନୂଆଦିଲ୍ଲୀ: ଦୀର୍ଘ ୪ଦିନ ଧରି ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଦିନକୁ ଦିନ ଋଷିଆ ୟୁକ୍ରେନର ସହରକୁ ନିଜ ଅକ୍ତିଆରରେ ନେବାରେ ଲାଗିଛି । ଏଭଳିସ୍ଥିତିରେ ମେଡ଼ିକାଲ ଛାତ୍ରଛାତ୍ରୀମାନେ ୟୁକ୍ରେନ ଛାଡ଼ିବାକୁ ଚାହୁଁ ଥିବା ବେଳେ ଜଣେ ହରିୟାଣାର ଝିଅ ୟୁକ୍ରେନର କିଭ ସହର ଛାଡ଼ିବାକୁ ମନା କରି ଦେଇଛନ୍ତି । ସେ ଯାହାଙ୍କ ଘରେ ଭଡ଼ାରେ ରହୁଥିଲେ ତାଙ୍କ ପରିବାର ପାଇଁ ସେ ୟୁକ୍ରେନ ଛାଡ଼ିବାକୁ ଚାହୁଁ ନାହାନ୍ତି ।
ସବିତା ଖାରଜ ନାମକ ଜଣେ ଫେସବୁକ ବ୍ୟବହାରକାରୀ ତାଙ୍କ ଫେସବୁକରେ ଏକ ଅବିଶ୍ୱସନୀୟ କାହାଣି ଲେଖିଛନ୍ତି ଯେ, ଜଣେ ହରିୟାଣାର ୧୭ ବର୍ଷିୟା ଝିଅ ଘର ମାଲିକାଣୀ ଓ ତାଙ୍କର ୩ ଛୋଟ ପିଲାଙ୍କ ସେବା କରିବା ପାଇଁ ସେ ୟୁକ୍ରେନ ଛାଡ଼ିବାକୁ ଚାହୁଁ ନାହାନ୍ତି ।
ନେହାଙ୍କ ଆଣ୍ଟି ସବିତା ଜାଫର ତାଙ୍କ ପୋଷ୍ଟରେ କହିଛନ୍ତି ଯେ, ନେହା ନାମକ ଜଣେ ଝିଅ ୟୁକ୍ରେନର କିଭରେ ଫସି ରହିଛନ୍ତି । ସେ କହିଛନ୍ତି ଯେ ନେହା ୟୁକ୍ରେନକୁ ଡାକ୍ତରୀ ପଢିବା ପାଇଁ ଯାଇଥିଲେ । ହେଲେ ସେ ସେଠାରେ ହଷ୍ଟେଲର ସୁବିଧା ପାଇନଥିଲେ । ତେଣୁ ସେ ଏକ ସ୍ନେହି ପରିବାର ସହିତ ଭଡ଼ାରେ ରହୁଥିଲେ ବୋଲି ଜାଖର ତାଙ୍କ ପୋଷ୍ଟରେ କହିଛନ୍ତି ।
କୁହାଯାଉଚି କି ଯେଉଁଘରେ ନେହା ପେନଗେଷ୍ଟ ହିସାବରେ ରହୁଛନ୍ତି ତାଙ୍କ ମାଲିକ ନିଜ ଇଚ୍ଛାରେ ଦେଶ ପାଇଁ ଲଢିବାକୁ ଯାଇଛନ୍ତି । ସେ ତାଙ୍କ ଘରେ ୩ଟି ପିଲା ଓ ପତ୍ନୀଙ୍କୁ ଛାଡି ଯାଇଛନ୍ତି। ଆଉ ଏହି ସମୟରେ ନେହା ତାଙ୍କ ଘର ଓ ପିଲାଙ୍କ ଦେଖାଶୁଣା କରିବା ସହ ୟୁକ୍ରେନ ଛାଡିବାକୁ ଚାହୁଁନାହାନ୍ତି ।
ନେହା ସାଙ୍ଗୱାନ ହରିୟାଣାର ଚରଖୀ ଦାଦରି ଜିଲ୍ଲାରେ ରହନ୍ତି । ସେ ନିଜ ମାଙ୍କୁ କହିଛନ୍ତି କି ମୁଁ ରହେ କି ନରହେ କିନ୍ତୁ ଏଭଳି ପରିସ୍ଥିତିରେ ଏହି ଛୁଆ ଓ ତାଙ୍କ ମାଲିକଙ୍କ ପତ୍ନୀଙ୍କୁ ଏକା ଛାଡି ଯାଇପାରିବେନି । ନେହା ଏହି ଗତ ବର୍ଷ ହି ୟୁକ୍ରେନର ଏକ ମେଡିକାଲ କଲେଜରେ ଦାଖିଲ ହୋଇଛନ୍ତି । ରିପୋର୍ଟ ହିସାବରେ ନେହା ନିଜ ପିତାଙ୍କୁ ହରାଇଛନ୍ତି । ତାଙ୍କ ପିତା ଭାରତୀୟ ସେନାରେ ଥିଲେ । ବର୍ତ୍ତମାନ ନେହା ୟୁକ୍ରେନରେ ତାଙ୍କ ଘର ମାଲିକଙ୍କ ପତ୍ନୀ ଓ ପିଲାଙ୍କ ସହ ରହୁଛନ୍ତି ।
ନେହାଙ୍କ ଆଣ୍ଟି ସବିତା ଜାଫର ଏକ ପେସବୁକ ଫୋଷ୍ଟ ମାଧ୍ୟମରେ ଏକଥା କହିଛନ୍ତି । ସେ କହିଛନ୍ତି ମେଡିକାଲ ପଢିବାକୁ ଯାଇ ସେ ଫସି ରହିଛନ୍ତି । ହଷ୍ଟେଲ ନମିଳିବାରୁ ୩ପିଲା ରହିଥିବା ଏକ ଘରେ ରହିଥିଲେ । କିନ୍ତୁ ଏବେ ଯେତେବେଳେ ଯୁଦ୍ଧ ହେଲା ସେ ଏବେ ସେ ପିଲାମାନଙ୍କୁ ଛାଡି ଆସିବାକୁ ରାଜି ନାହିଁ । ଘର ମାଲିକ ୟୁକ୍ରେନରେ ଆର୍ମୀରେ ଯୋଗଦେବା ପରେ ଏବେ ଝିଅଟି ସେମାନଙ୍କୁ ଛାଡି ଆସିବାକୁ ଚାହୁଁନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି କି ଇଣ୍ଡିଆନ ଏମ୍ବାସି ବି ନେହା ସହ ସମ୍ପର୍କ କରିଥିଲେ କିନ୍ତୁ ସେ ୟୁକ୍ରେନ ଛାଡିବାକୁ ରାଜିନୁହେଁ । ପରିସ୍ଥିତି ଠିକ ହେଲେ ହିଁ ସେ ଫେରିବ ବୋଲି କହିଛି । ଫୋନ ଯୋଗେ ନେହା କହିଛି କି ଏଠାରେ ବହୁତ ୟୁକ୍ରେନି ରହିଛନ୍ତି ଯେଉଁମାନଙ୍କ ସହ ମରିବାରେ ମତେ କୌଣସି ଦୁଖ ନାହିଁ । କିନ୍ତୁ ମୁଁ ସେମାନଙ୍କୁ ଏକା ଛାଡି ଯାଇପାରିବିନି ।
Comments are closed.