ଚଣ୍ଡିଗଡ଼: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହରିୟାଣା ଗୃହମନ୍ତ୍ରୀ ଅନୀଲ ଭିଜ୍। ଘରେକୁ ଫେରୁଥିବା ବେଳେ କାର୍କେଡକୁ ଧକ୍କା ଦେଲା ଟ୍ରକ୍। ଶନିବାର କୁନ୍ଦଲି ମନେଶ୍ୱର ନିକଟସ୍ଥ ଝଝର ବାହାଦୁରଗଡ଼ ଟାଉନର ପାଲୱାସ ଏକ୍ସପ୍ରେସୱେ ଏଭଳି ଦୁର୍ଘଟଣା ଘଟିଛି। ଅନୀଲ ନିଜ ଘର ଅମ୍ବାଲାକୁ ଫେରୁଥିବା ବେଳେ ତାଙ୍କ ସୁରକ୍ଷାରେ ଥିବା କାର୍କେଡ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।
ପୁଲିସର ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମନ୍ତ୍ରୀଙ୍କ ଗାଡ଼ି ପଛରେ ଚାଲୁଥିବା ପୁଲିସ ଏସକଟ୍ ଗାଡ଼ିକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ପୁଲିସ ଏସ୍ୟୁଭି ଗାଡ଼ିଟି ହଠାତ୍ ଆସି ପଛପଟୁ ମନ୍ତ୍ରୀ ସେଡାନ ଗାଡ଼ିକୁ ଧକ୍କା ଦେଇଥିଲା। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ ବୋଲି ପୁଲିସ କହିଛି। କେବଳ ମନ୍ତ୍ରୀଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସୂଚନା ମିଳିଛି। ଡ୍ରାଇଭର ବ୍ରେକ୍ ଫେଲ୍ ହୋଇଯିବାରୁ ଏଭଳି ଘଟିଥିଲା ବୋଲି ଏସ୍ପି କହିଛନ୍ତି।
ଏହି ଘଟଣାରେ ଆମେ ଟ୍ରକ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ଗିରଫ କରିଛୁ। ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବୁ ବୋଲି ପୁଲିସ ସୂଚନା ଦେଇଛି। ଗତକାଲି ଦୁର୍ଘଟଣା ହେବା ପରେ ଖୋଦ ଗୃହମନ୍ତ୍ରୀ ଅନୀଲ ଭିଜ୍ ନିଜେ ସୁରକ୍ଷିତ ଥିବା ସୂଚନା ଦେଇଥିଲେ। ଡ୍ରାଇଭର ଇୟରପ୍ଲଗ ଲଗାଇ ଗାଡି ଚଳାଉଥିବାରୁ ଏଭଳି ଘଟିଥିଲା। ତେବେ ସେ ଓ ତାଙ୍କର ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ଅଛନ୍ତି କାହାର କିଛି କ୍ଷତି ହୋଇ ନାହିଁ ବୋଲି ମନ୍ତ୍ରୀ କହିଥିଲେ। ସେ ତାଙ୍କ ଘର ଅମ୍ବାଲାକୁ ଫେରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।
Comments are closed.