Latest Odisha News

ବରିଷ୍ଠ ବିଜେପି ନେତା ତଥା ପଶ୍ଚିମବଙ୍ଗ ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ

କୋଲାକାତା: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ ହୋଇଛି। ରବିବାର ଭୋର ୫ଟା ସମୟରେ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୮୮ ବର୍ଷୀୟ କେଶରୀ ନାଥ। ଶ୍ୱାସକ୍ରିୟାରେ ସମସ୍ୟା ଓ ହାତ ଭାଙ୍ଗିଯିବାରୁ ସେ ଡିସେମ୍ବର ମାସରେ ଏକ ସ୍ଥାନୀୟ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

BjdElectrycity

ତାଙ୍କର ବୟସାଧିକ କାରଣରୁ ଦୁର୍ବଳତା ଓ ପରିସ୍ରାଜନିତ ସମସ୍ୟା ମଧ୍ୟ ଥିଲା। ପ୍ରାୟ ସପ୍ତାହେ ଧରି ହସ୍‌ପିଟାଲ୍‌ରେ ଚିକିତ୍ସିତ ହେବା ପରେ ତାଙ୍କୁ ଘରକୁ ଫେରାଇ ଅଣାଯାଇଥିଲା। ହେଲେ ରବିବାର ଭୋର ସମୟରୁ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି।

ଏହା ପୂର୍ବରୁ ଶ୍ରୀ ତ୍ରିପାଠୀ ଦୁଇ ଦୁଇ ଥର କରୋନାରେ ସଂକ୍ରମିତ ହୋଇ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(SGPGIMS) ଲକ୍ଷ୍ନୌରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ। ଏଥିପାଇଁ ବହୁଦିନ ଧରି ତାଙ୍କୁ ଚିକିତ୍ସିତ ହେବାକୁ ପଡ଼ିଥିଲା।

୧୯୩୪ ମସିହା ନଭେମ୍ବର ୧୦ ତାରିଖର ଅଲ୍ଲାହବାଦରେ ଜନ୍ମଗ୍ରହଣ କରିଥିବା କେଶରୀ ନାଥ ତ୍ରିପାଠୀ ଅଳ୍ପ ସମୟ ପାଇଁ ବିହାର, ମେଘାଳୟ, ଏବଂ ମିଜୋରାମର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱ ତୁଲାଇଥିଲେ। ତା ସହ ୟୁପି ବିଜେପିରେ ସେ ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।

ୟୁପିରୁ ୬ ଥର ବିଧାୟକ ହୋଇଥିବା କେଶରୀ ନାଥ ତ୍ରିପାଠୀ ଜନତା ପାର୍ଟି ଶାସନ ସମୟରେ (୧୯୭୭-୭୯) ରାଜ୍ୟର ସଂସ୍ଥାଗତ ଆର୍ଥିକ ଓ ବିକ୍ରି କର ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ।

କେବଳ ସେତିକି ନୁହେଁ, ସେ ଜଣେ ଦକ୍ଷ ଆଇନଜୀବୀ ସହ ଜଣେ ଲେଖକ ମଧ୍ୟ ଥିଲେ। ଆଲ୍ଲାହବାଦ ହାଇକୋର୍ଟରେ ବରିଷ୍ଠ ଓକିଲ ଭାବେ ସେ ପ୍ରାକ୍ଟିକସ୍ କରି ବା ସହ ଶ୍ରୀ ତ୍ରିପାଠୀ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କର ପ୍ରମୁଖ ସାହିତ୍ୟିକ ରଚନା ମଧ୍ୟରୁ ମନୋନୁକ୍ରିତି ଏବଂ ଆୟୁପଙ୍ଖ ଅନ୍ୟତମ। ତାଙ୍କର ବହି ‘ସଞ୍ଚାୟିତ’ ଅନେକ ପ୍ରଶଂସା ପାଇଛି।

Leave A Reply

Your email address will not be published.