ଚଣ୍ଡିଗଡ : ହରିୟାଣାରେ ବଢ଼ିଲା ଲକଡାଉନ । ଆଉ ଦୁଇ ସପ୍ତାହ ପାଇଁ ଲକଡାଉନ ଅବଧି ବଢାଇଛନ୍ତି ହରିୟାଣା ସରକାର । ଆଜି ଜାରି ହୋଇଥିବା ନୂଆ ଗାଇଡଲାଇନ ଅନୁଯାୟୀ ହରିୟାଣାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲକଡାଉନ କଟକଣା ବୃଦ୍ଧି କରିଛନ୍ତି ସରକାର । ହେଲେ କଟକଣାରେ ସମାନ୍ୟ କୋହଳ କରାଯାଇଛି ।
ନୂଆ ଗାଇଡଲାଇନ ଅନୁଯାୟୀ, ହୋଟେଲ, ମଲ୍, ରେଷ୍ଟୁରାଣ୍ଟ ଓ ବାର୍ ଗୁଡିକ ୫୦ ପ୍ରତିଶତରେ ଚଳାଚଳ କରିବ । ଏଥିସହ ସ୍ପା, ସିନେମା ହଲଗୁଡିକୁ ମଧ୍ୟ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି । ବିବାହ ଓ ଶ୍ରାଦ୍ଧକ୍ରିୟାରେ ସର୍ବାଧିକ ୧୦୦ ଲୋକ ସାମିଲ ହୋଇପାରିବେ । ଖୋଲା ସ୍ଥାନରେ ଆୟୋଜିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ଅତିବେଶୀରେ ୨୦୦ ଜଣ ଉପସ୍ଥିତ ରହିପାରିବେ ।
ଧର୍ମାନୁଷ୍ଠାନରେ ଏକାଥରକେ ୫୦ ଲୋକଙ୍କ ପ୍ରବେଶ ପାଇଁ ଅନୁମତି ରହିଛି । ସେହିପରି ବେସରକାରୀ କାର୍ଯ୍ୟାଳୟ ଗୁଡିକ ଶତ ପ୍ରତିଶତ କର୍ମଚାରୀଙ୍କୁ କାର୍ଯ୍ୟ କରିବ । କୋଚିଂ ସେଣ୍ଟର, ଲାଇବ୍ରେରୀ ଏବଂ ପ୍ରାକ୍ଟିକାଲ କ୍ଲାସ ମଧ୍ୟ ଖୋଲା ରହିବା ନେଇ ଗାଇଡଲାଇନରେ କୁହାଯାଇଛି । କୋଭିଡ ଗାଇଡ ଲାଇନ୍ ଅନୁସାରେ ଅଫଲାଇନ୍ ପରୀକ୍ଷା ସହ ଶିକ୍ଷାଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.