Latest Odisha News

BREAKING NEWS

ବିବାହ ବିଚ୍ଛେଦ ଖୁସିରେ ପାର୍ଟି, ପତ୍ନୀଙ୍କ ମ୍ୟାନିକୁଇନ ସହ ଉଠାଇଲେ ଫଟୋ

ଚଣ୍ଡିଗଡ: ଆଜିକାଲି ବିବାହ ପୂର୍ବରୁ ବ୍ୟାଚେଲର ପାର୍ଟି ଏବଂ ପୋଷ୍ଟ ୱେଡିଂ ଫଟୋଗ୍ରାଫି ପ୍ରାୟ ସମସ୍ତେ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଗଲାଣି ଯାହା ହେଉଛି ‘ଛାଡପତ୍ର’ ପାର୍ଟି। ତେବେ ଏହି ଟ୍ରେଣ୍ଡ ସବୁ ପୂର୍ବରୁ ବିଦେଶରେ ପ୍ରଚଳିତ ଥିଲା କିନ୍ତୁ ବର୍ତ୍ତମାନ ଏହା ଭାରତରେ ମଧ୍ୟ ଦେଖିବାକୁ ମିଳୁଛି। ଏହିପରି ଏକ ଘଟଣା ହରିୟାଣାରେ ଦେଖିବାକୁ ମିଳିଛି।

ହରିୟାଣାରେ ରହୁଥିବା ଯୁବକ ମଞ୍ଜିତ ତାଙ୍କ ବିବାହ ବିଚ୍ଛେଦ ପରେ ଛାଡପତ୍ର ପାର୍ଟିର ଆୟୋଜନ କରିଥିଲେ ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ମଞ୍ଜିତ ଏବଂ କୋମଲ ୨୦୨୦ରେ ବିବାହ କରିଥିଲେ କିନ୍ତୁ ସେମାନେ ତାଙ୍କ ଦାମ୍ପତ୍ୟ ଜୀବନରେ ଖୁସି ନଥିଲେ। ଫଳରେ ସେମାନେ ଚଳିତ ବର୍ଷ ଛାଡପତ୍ର ନେଇଥିଲେ। ଏହାପରେ ମନଜିତ୍ ଡିଭୋର୍ସ ପାର୍ଟିର ଆୟୋଜନ କରିଥିଲେ ଯେଉଁଥିରେ ସେମାନଙ୍କର ବିବାହ ଫଟୋ, ବିବାହ ତାରିଖ ଏବଂ ଛାଡପତ୍ର ତାରିଖର ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା।

ଏହି ପାର୍ଟିରେ କେକ୍ ମଧ୍ଯ କାଟିଥିଲେ ମଞ୍ଜିତ। ଏହି ପାର୍ଟିରେ ଏକ ମ୍ୟାନିକୁଇନ ରଖାଯାଇଥିଲା ଯାହାକି ତାଙ୍କର ପୂର୍ବତନ ପତ୍ନୀଙ୍କ ଥିଲା। ଯାହା ସହ ସେ ବିଭିନ୍ନ ପୋଜ୍ କରି ଫୋଟୋ କ୍ଲିକ୍ କରିଥିଲେ। ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ପରେ ବିଭିନ୍ନ ପ୍ରକାରର କମେଣ୍ଟ ଦେଖିବାକୁ ମିଳିଛି।

 

Comments are closed.