Latest Odisha News

BREAKING NEWS

‘ନୁହ’ର ଲୋମ ଟାଙ୍କୁରା କାହାଣୀ; କାରଗିଲ ଯୋଦ୍ଧା ବାପା ସାମ୍ନାରେ ଚାଲିଗଲା ପୁଅର ଜୀବନ

ନୂଆଦିଲ୍ଲୀ: ହରିଆଣା ନୁହରେ ଦେଖାଦେଇଥିବା ସାଂପ୍ରଦାୟିକ ହିଂସାର ଲୋମ ଟାଙ୍କୁରା କାହାଣୀ । ଜଣେ ବାପାର ଆଖି ସାମ୍ନରେ ଚାଲିଯାଉଛି ଜୀବନ ।   କାରଗିଲ ଯୁଦ୍ଧରେ ଶତ୍ରୁକୁ ମାଟି ଚଟେଇ ବିଜୟ ଟିକା ପିନ୍ଧି ଆସିଥିଲେ  ।  ହେଲେ ନିଜ ମାଟିରେ ଦଙ୍ଗାକାରୀଙ୍କ ସହ ଲଢି ତାଙ୍କ ପୁଅ ଶହୀଦ ହୋଇଗଲେ ।

ହରିଆଣା ହିଂସାରେ ବର୍ତ୍ତମାନ ସୁଦ୍ଧା ୨ ଜଣ ହୋମଗାର୍ଡଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ହୋମଗାର୍ଡ ନୀରଜ  । ନୀରଜଙ୍କ ପରିବାର ଗୁରୁଗ୍ରାମର ଗଢି ବାଜିଦପୁରରେ ରୁହନ୍ତି । ଏହା ଏକ ହିନ୍ଦୁ ବହୁଳ ଗାଁ । ତଥାପି ୫୦ ମୁସଲିମ ପରିବାର ରୁହନ୍ତି । ହେଲେ ଏମାନେ ଶାନ୍ତି ଏବଂ ସଦଭାବ ସହ ରହୁଥିଲେ ।

ନୀରଜଙ୍କ ପରିବାରର ଅଧିକାଂଶ ସଦସ୍ୟ ଡିଫେନ୍ସ ତଥା ହୋମଗାର୍ଡ ବିଭାଗରେ କାମ କରନ୍ତି । ନୀରଜଙ୍କ ବାପା ମଧ୍ୟ ଜଣେ ସେନା କର୍ମଚାରୀ । ପୁଅର ମୃତ୍ୟୁରେ ଭାବବିହ୍ୱଳ ହୋଇ କହନ୍ତି, ମୁଁ କାରଗିଲ ଯୁଦ୍ଧ ଲଢିଛି । ହେଲେ ପୁଅ ଆଜି ଦଙ୍ଗାରେ ଜୀବନ ଦେଇଛି । କର୍ତ୍ତବ୍ୟ କରୁଥିବାବେଳେ ମୋ ପୁଅ ଶହୀଦ ହୋଇଛି   । ଆସନ୍ତାକାଲି ନୀରଜଙ୍କ  ଅନ୍ତିମ ସଂସ୍କାର କରାଯିବ ।

ସାଂପ୍ରଦାୟିକ ହିଂସାକୁ କିଛି ଲୋକ ପ୍ରୋତ୍ସାହନ ଦେଉଛନ୍ତି । ହେଲେ ଏହା ଠିକ ନୁହେଁ । କୌଣସି ଧର୍ମ କେବେ ହିଂସାକୁ ପ୍ରଶ୍ରୟ ଦେଇ ନ ଥାଏ । ମୁଁ ମୋର ନାତି-ନାତୁଣୀଙ୍କୁ ବି ଦେଶ ସେବା କରିବା ପାଇଁ ପଠାଇବି । ନୀରଜଙ୍କ ପତ୍ନୀ ମଧ୍ୟ ଦୁଇ ସଂପ୍ରଦାୟ ମଧ୍ୟରେ ହିଂସା ବନ୍ଦ କରିବାପାଇଁ ନିବେଦନ କରିଛନ୍ତି । ସେ କହିଛନ୍ତି, ‘ମୁଁ ଚାହେଁନି ମୋ ପରି କୌଣସି ଭଉଣୀ ବିଧବା ହେଉ ଏବଂ କୌଣସି ପୁଅ ତାର ବାପାକୁ ହରାଉ ।’

ଏହି ହିଂସାରେ ଅନ୍ୟ ଜଣେ ବ୍ୟକ୍ତି ଶକ୍ତିଙ୍କର ମୃତ୍ୟୁ ଘଟିଛି । ଶକ୍ତି ନୁହରୁ ୧୮ କିମି ଦୂର ଭାଦସ ଗାଁରେ ରୁହେ । ଏଠାରେ ହିନ୍ଦୁ ଜନସଂଖ୍ୟା ମାତ୍ର ୨ ପ୍ରତିଶତ । ତଥାପି ସେମାନେ ଶାନ୍ତି ଓ ସଦଭାବର ସହ ଥିଲେ । ଶକ୍ତି ନିକଟରେ ଏକ ମିଠା ଦୋକାନରେ କାମ କରନ୍ତି । ଏଥିସହିତ ରାଜମିସ୍ତ୍ରୀ କାମ ମଧ୍ୟ କରନ୍ତି ।

ହିଂସା ଘଟିବା ପରେ ଶକ୍ତି ଘରକୁ ଚାଲି ଆସିଥିଲା । ଗାଁରେ ସମସ୍ତେ ଭୟଭୀତ ଅବସ୍ଥାରେ ଥିଲେ । ଖବର ମିଳିଲା, ନିକଟରେ ଥିବା ବଡ ଗୁରୁକୁଳ ଆଶ୍ରମରେ ଦଙ୍ଗକାରୀମାନେ ଆକ୍ରମଣ କରିଛନ୍ତି  । ଶକ୍ତି ସେଠାକୁ ଯାଇଥିଲେ । ଆଉ ଘରକୁ ଫେରି ନାହାନ୍ତି । ପରିବାର ଲୋକ ଜାଣବାକୁ ପାଇଲେ ରାସ୍ତାରେ ତାଙ୍କର ଶବ ପଡିଛି । କୁହାଯାଉଛି,ଗୁରୁକୁଳ ଆଶ୍ରମରେ ୩୦୦-୪୦୦ ଲୋକ ଆକ୍ରମଣ କରିଥିଲେ ।

ସୂଚନାଥାଉ କି, ନୁହରେ ହିନ୍ଦୁ ସଂଗଠନ ପକ୍ଷରୁ ପ୍ରତିବର୍ଷ ଜୁଲାଇ ୩୧ ତାରିଖ  ବୃଜ ମଣ୍ଡଳ ଶୋଭାଯାତ୍ରା ବାହାରିଥାଏ । ଏବର୍ଷ ମଧ୍ୟ ବାହାରିବାର କାର୍ଯ୍ୟକ୍ରମ ଥିଲା । ପୋଲିସ ଅନୁମତି ମଧ୍ୟ ଦେଇଥିଲା । ହଠାତ ଶୋଭାଯାତ୍ରାରେ ପଥର ବର୍ଷା ହେଲା । ଚାହୁଁ ଚାହୁଁ ଏହା ଦୁଇଗୋଷ୍ଠୀ ଦଙ୍ଗାରେ ପରିଣତ ହୋଇଗଲା ।

ନହୁରେ ଶୋଭାଯାତ୍ରାକୁ ନଷ୍ଟ କରିବା ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ର କରାଯାଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ହିଂସା ପଛରେ ଏକ ବଡ଼ ଷଡଯନ୍ତ୍ର କରାଯାଇଥିବା ସନ୍ଦେହ କରୁଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ନୁହ ବ୍ୟତୀତ ବୁଧବାର ପର୍ଯ୍ୟନ୍ତ ଫରିଦାବାଦରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଏହା ଏକ ବଡ ଷଡଯନ୍ତ୍ରକୁ ସୂଚାଉଥିବା ପୋଲିସକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ବର୍ତ୍ତମାନ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

Comments are closed.