Latest Odisha News

୧୦୬ ବର୍ଷରେ ଦୌଡ଼ି ବିଶ୍ୱ ରେକର୍ଡ କଲେ ହରିୟାଣାର ଦୌଡ଼ପରୀ ଜେଜେମା

ହରିୟାଣା : ଦୁନିଆରେ ଅନେକ ଲୋକ ଅଛନ୍ତି, ଯିଏ ନିଜକୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ନିଜ ନାମକୁ ରେକର୍ଡ଼ କରିବାକୁ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ନିକଟରେ ହରିୟାଣାର ଜଣେ ୧୦୬ ବର୍ଷୀୟା ବୃଦ୍ଧା ଦୌଡ଼ ପ୍ରତିଯୋଗିତାରେ ଚାରିଟି ପଦକ ଜିତି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

ହରିୟାଣାର ଚରଖି ଦାଦ୍ରି ଗାଁର ରାମବାଈ । ବୟସ ୧୦୬ ବର୍ଷ ହେଲାଣି । ହେଲେ ଏବେ ବି ତାଙ୍କ ଦୌଡ଼ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛନ୍ତି । ସେଥିଲାଗି ସେ ହରିୟାଣାର ଦୌଡ଼ପରୀ ଜେଜେମା ଭାବରେ ବେଶ୍ ପ୍ରସିଦ୍ଧ । ନିଜ ସ୍ୱପ୍ନକୁ ପୂରଣ କରି ରାମବାଈ ବିଦେଶ ମାଟିରେ ଦୌଡ଼ ପ୍ରତିଯୋଗିତାରେ ଚାରିଟି ପଦକ ଜିତି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କର ଖେଳ ପ୍ରତି ଥିବା ଏତେ ଉତ୍ସାହ ବଢ଼ିବାରେ ଲାଗିଛି । ସେ କ୍ରମାଗତ ଭାବରେ ଦେଶ ପାଇଁ ପଦକ ଜିତିବାକୁ ଚାହୁଁଛନ୍ତି । ସରକାରଙ୍କଠାରୁ ଆର୍ôଥକ ସହାୟତା ମିଳୁ ନ ଥିବାରୁ ରାମବାଈଙ୍କ ମନରେ କଷ୍ଟ ହୋଇଛି । ଏହା ସତ୍ତ୍ୱେ ପଦକ ଜିତିବା ପାଇଁ ତାଙ୍କର ସଂକଳ୍ପ ଜାରି ରହିବ ବୋଲି ସେ କହିଛନ୍ତି ।

ଗତ ବର୍ଷ ବେଙ୍ଗାଲୁରୁରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼କୁ ୪୫.୪୦ସେକେଣ୍ଡରେ ପୂରଣ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ । ଏହାପୂର୍ବରୁ ଏହି ରେକର୍ଡ ମନକୌରଙ୍କ ନାମରେ ଥିଲା । ସେ ୭୪ ସେକେଣ୍ଡରେ ଦୌଡ଼କୁ ଶେଷ କରିଥିଲେ । ଜାତୀୟ ରେକର୍ଡ ସୃଷ୍ଟି କରିବା ପରେ ରାମବାଈ ଆଉ ପଛକୁ ଫେରି ଚାହିଁ ନ ଥିଲେ ଏବଂ ବିଦେଶ ମାଟିରେ ଖେଳି ଦେଶ ପାଇଁ ପଦକ ଜିତିବାର ସ୍ୱପ୍ନ ପୂରଣ କରିବା ପାଇଁ ଏକ ପାସପୋର୍ଟ ତିଆରି କରିଥିଲେ ।

ମାଲେସିଆରେ ସେପ୍ଟେ୍ଟମ୍ବର ୧୬ ଓ ୧୭ ରେ ଅନୁଷ୍ଠିତ ବିଶ୍ୱ ମାଷ୍ଟର ଚାମ୍ପିଅନଶିପରେ ତାଙ୍କର ସ୍ୱପ୍ନ ପୂରଣ ହୋଇଛିା । ରନିଂ ଇଭେଣ୍ଟରେ ଅଂଶଗ୍ରହଣ କରି ରାମବାଈ ୧୦୦, ୨୦୦ ମିଟର ଦୌଡ଼, ସଟପୁଟ ଏବଂ ଡିସ୍କସ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ ସ୍ଥାପନ କରି କରିଛନ୍ତି । ପଦକ ଜିତି ଗାଁରେ ପହଞ୍ଚିବା ପରେ ରାମବାଈଙ୍କୁ ଲୋକେ ସମ୍ମାନିତ କରିଛନ୍ତି ।
ରାମବାଈଙ୍କ ନାତୁଣୀ ଶର୍ମିଲା ସାଙ୍ଗୱାନ କହିଛନ୍ତି ଯେ, ତାଙ୍କ ଜେଜେମା’ଙ୍କ ଉତ୍ସାହ ଦେଖି ସେ ତାଙ୍କୁ ଗାଁ ପଡ଼ିଆରେ ଅଭ୍ୟାସ କରାଇବାକୁ ଲାଗିଲେ । ସ୍ଥାନୀୟ ଖାଦ୍ୟ ଖାଇବା ଏବଂ ମାଟିରାସ୍ତାରେ ଦୌଡ଼ିବା ପ୍ରସ୍ତୁତିର ଫଳାଫଳ ହେଉଛି ଆମେ ବିଦେଶୀ ମାଟିରେ ଚାରିଟି ପଦକ ଜିତିଛୁ । ଯଦି ସରକାର ତାଙ୍କୁ ସାହାଯ୍ୟ କରନ୍ତି, ତେବେ ସେ ବିଦେଶୀ ମାଟିରେ ଦେଶ ପାଇଁ ପଦକ ଜିତିବାର ଧାରା ଜାରି ରଖିପାରିବେ ।

Leave A Reply

Your email address will not be published.