Latest Odisha News

BREAKING NEWS

କାମଚଳା ସରକାର ଗଠନ କଲା ତାଲିବାନ, ନେତୃତ୍ୱ ନେବେ ଅଖୁନ୍ଦ

କାବୁଲ: ଆଫଗାନିସ୍ତାନରେ ଆଜି କାମଚଳା ସରକାର ଗଠନ କରିଛି ତାଲିବାନ ।ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦଙ୍କୁ ଶାସନ ଭାର ପ୍ରଦାନ କରାଯାଇଛି । ସେ ଆଫଗାନିସ୍ତାନର ମୁଖ୍ୟମନ୍ତ୍ରୀ ହେବେ ତାଙ୍କ ଡେପୁଟି ଭାବେ ମୁଲ୍ଲା ଅବଦୁଲ ଘନି ବରାଦର ଓ ମୌଲାନା ହନାଫି ରହିବେ । ତାଲିବାନ ମୁଖପାତ୍ର ହବିବୁଲ୍ଲା ମୁଜାହିଦ ଏହା ଘୋଷଣା କରିଛନ୍ତି । ସେହିପରି ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାରଙ୍କ ପୁତ୍ର ମୁଲ୍ଲା ୟାକୁବ ପ୍ରତିରକ୍ଷା ମନ୍ତ୍ରୀ ଏବଂ ହକ୍କାନୀ ନେଟୱର୍କର ମୁଖ୍ୟ ସିରାଜୁଦ୍ଦିନ ହକ୍କାନୀ ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ।

ଅନ୍ୟମାନଙ୍କ ମଧ୍ୟରେ ଅବଦୁଲ ହାକିମ ନ୍ୟାୟ ମନ୍ତ୍ରୀ, ଖୈରୁଲ୍ଲା ଖାଇରଖାୱା ସୂଚନା ମନ୍ତ୍ରୀ ଦାୟିତ୍ୱ ତୁଲାଇବେ । କାବୁଲ ଦଖଲର ୩ ସପ୍ତାହ ପରେ ଆଭ୍ୟନ୍ତରୀଣ ବିବାଦ ସତ୍ୱେ ତାଲିବାନ ସରକାର ଗଠନ କରିଛି । ସରକାରରେ ସମସ୍ତ ମନ୍ତ୍ରୀ କାର୍ଯ୍ୟରେ ସହଯୋଗ କରିବା ପାଇଁ ୨ଜଣ ଲେଖାଁଏ ଡେପୁଟି ରହିବେ ବୋଲି ମୁଜାହିଦ କହିଛନ୍ତି ।

Leave A Reply

Your email address will not be published.