Latest Odisha News

BREAKING NEWS

ବିଧାନସଭାରେ ପାରିତ ହେଲା ମ୍ୟୁନିସିପାଲ ଆଇନ୍‌ ସଂଶୋଧନ ବିଲ୍‌

ଭୁବନେଶ୍ବର : ବିଧାନସଭାରେ ପାରିତ ହୋଇଛି ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ । ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିଛି । ବିଲ ଅନୁଯାୟୀ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବ୍ୟସ୍ଥା ରହିବ । ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ଦେବା ପରେ ଅବଶିଷ୍ଟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରଖାଯିବ ।

ଏହା ପୂର୍ବରୁ ଆଜି ଗୃହରେ ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌ ୨୦୨୧ ଆଗତ ହୋଇଛି । ଓଡ଼ିଶା ଗ୍ରାମ ପଞ୍ଚାୟତ ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ଭିତରେ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ ।

Leave A Reply

Your email address will not be published.