Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟରେ ହ୍ୟାଟ୍ରିକ୍ ବୋଲର୍

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ କ୍ରିକେଟର ଏକ ମ୍ୟାଚରେ ଭାରତୀୟ ଫାଷ୍ଟ ବୋଲର୍ ମହମ୍ମଦ ସାମି ଆଫଗାନିସ୍ତାନ ବିପକ୍ଷରେ ଲଗାତର ୩ଟି ୱିକେଟ ନେଇ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି । ବିଶ୍ୱକପରେ ପ୍ରଥମ ମ୍ୟାଚ୍ ବୋଲିଂ କରି ଏହି ବିରଳ ହ୍ୟାଟ୍ରିକ୍ ଅର୍ଜନ କରିପାରିଥିବାର ସୌଭାଗ୍ୟ ଅର୍ଜନ କଲେ ସାମି । ମହମ୍ମଦ ସାମିଙ୍କ ପୂର୍ବରୁ ୯ ଜଣ ଖେଳାଳି ବିଶ୍ୱକପ କ୍ରିକେଟରେ ହ୍ୟାଟ୍ରିିକ ଅର୍ଜନ କରିସାରିଛନ୍ତି । ସାମି ହେଉଛନ୍ତି ୧୦ମ ବୋଲର୍ ଯିଏକି ହ୍ୟାଟ୍ରିକ୍ ୱିକେଟ ଅକ୍ତିଆର କରିପାରିଛନ୍ତି ବିଶ୍ୱକପର ଏକ ମ୍ୟାଚରେ ।

ବିଶ୍ୱକପରେ ହ୍ୟାଟ୍ରିକ ଅର୍ଜନ କରିଥିବା ଖେଳାଳି:

୧ – ୧୯୮୭ – ଚେତନ ଶର୍ମା (ଭାରତ)
୨ – ୧୯୯୯ – ସାକଲିନ୍ ମୁସ୍ତାକ (ପାକିସ୍ତାନ)
୩ – ୨୦୦୩ – ଚାମିଣ୍ଡା ଭାସ୍ (ଶ୍ରୀଲଙ୍କା)
୪ – ୨୦୦୩ – ବ୍ରେଟ୍ ଲି (ଅଷ୍ଟ୍ରେଲିଆ)
୫ – ୨୦୦୭ – ଲସିଥ୍ ମାଲିଙ୍ଗା (ଶ୍ରୀଲଙ୍କା)
୬ – ୨୦୧୧ – କେମର୍ ରୋଚ୍ (ୱେଷ୍ଟଇଣ୍ଡିଜ)
୭ – ୨୦୧୧ – ଲସିଥ୍ ମାଲିଙ୍ଗା (ଶ୍ରୀଲଙ୍କା)
୮ – ୨୦୧୫ – ଷ୍ଟିଭେନ୍ ଫିନ୍ (ଇଂଲଣ୍ଡ)
୯ – ୨୦୧୫ – ଜେପି ଡୁମିନି (ଦକ୍ଷିଣ ଆଫ୍ରିକା)
୧୦ – ୨୦୧୯ – ମହମ୍ମଦ ସାମି (ଭାରତ)

ଭାରତୀୟ ବୋଲର୍ ଚେତନ ଶର୍ମା ୧ମ ବୋଲର ଭାବେ ବିଶ୍ୱକପ ହ୍ୟାଟ୍ରିକ୍ ଅର୍ଜନ କରିପାରିଛନ୍ତି । ସେହିପରି ଶ୍ରୀଲଙ୍କା ବୋଲର୍ ଲସିଥ୍ ମାଲିଙ୍ଗା ବିଶ୍ୱକପରେ ୨ଥର ହ୍ୟାଟ୍ରିକ୍ ୱିକେଟ ହାସଲ କରିଛନ୍ତି । ମହମ୍ମଦ ସାମି ୨ୟ ଭାରତୀୟ ବୋଲର୍ ଭାବେ ବିଶ୍ୱକପ ହ୍ୟାଟ୍ରିକ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.