ମୁମ୍ବାଇ: ବଲିଉଡରେ ଚାଲିଛି ମ୍ୟାରେଜ ସିଜିନ। ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ଜଣକ ପରେ ଜଣେ ନାମୀଦାମୀ କଳାକାର । ଅନୁଷ୍କା, ଦୀପିକା, ସୋନାମ, ପ୍ରିୟଙ୍କାଙ୍କ ପରେ ଏବେ ପାଳି ପଡିଛି ବରୁଣଙ୍କର ।
ହଟ ବରୁଣ ଧୱନଙ୍କ ତାଙ୍କ ଗାର୍ଲଫ୍ରେଣ୍ଡ ନତାସାଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏହି ଯୋଡି ନଭେମ୍ବରରେ ବିବାହ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି ।
ଗତବର୍ଷ ବରୁଣ ଏବଂ ନତାସା ଚୁପିଚୁପି ନିର୍ବନ୍ଧ କରିଥିବା କଥା ସାମ୍ନାକୁ ଆସିଥିଲା । କିନ୍ତୁ ପରିବାର ଲୋକ ଏହାକୁ ଗୁଜବ କହି ଏଡାଇ ଦେଇଥିଲେ । କିନ୍ତୁ ପରେ ଏମାନଙ୍କ ନିର୍ବନ୍ଧର ଫୋଟୋ ଭାଇରାଲ ହେବା ପରେ ସତ ସମସ୍ତଙ୍କ ସାମ୍ନାକୁ ଆସିଥିଲା ।
ଶୁଣିବାକୁ ମିଳୁଛି ନତାସାଙ୍କ ଇଚ୍ଛା ଡେଷ୍ଟିନେସନ ୱେଡିଙ୍ଗ ପାଇଁ । ବରୁଣ ତାଙ୍କ ଗାର୍ଲଫ୍ରେଣ୍ଡ ନତସଙ୍କୁ ଖୁବ ଭଲ ପାଆନ୍ତି । ତେଣୁ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଏହି ଯୋଡି ଡେଷ୍ଟିନେସନ ୱେଡିଙ୍ଗ କରିବ ବୋଲି ଶୁଣା ଯାଉଛି । ବିବାହ ନଭେମ୍ବରରେ ହେବାକୁ ଥିବାବେଳେ, ପରିବାର ଲୋକ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ।
Comments are closed.