Latest Odisha News

BREAKING NEWS

ଜେଲରୁ ହାଥରସ ଏସପିଙ୍କୁ ଅଭିଯୁକ୍ତଙ୍କ ଚିଠି, ଚାଞ୍ଚଲ୍ୟକର କଥା ଲେଖିଛନ୍ତି

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ । ଘଟଣାର ଗିରଫ ଅଭିଯୁକ୍ତଙ୍କ ଏକ ଚିଠିକୁ ନେଇ ଏବେ ଚର୍ଚ୍ଚା । ଜେଲରୁ ହାଥରସ ଏସପିଙ୍କ ଚିଠି ଲେଖିଛନ୍ତି ଚାରି ଜଣ ଅଭିଯୁକ୍ତ । ଚିଠିରେ ସାଂଘାତିକ ଓ ଚାଞ୍ଚଲ୍ୟକର କଥା ଲେଖିଛନ୍ତି ।
ଆମେ ନିର୍ଦ୍ଦୋଷ, ଫସାଇ ଦିଆଯାଇଛି
ଜଣେ ଗିରଫ ଅଭିଯୁକ୍ତ ସନ୍ଦୀପ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ସେମାନେ ନିର୍ଦ୍ଦୋଷ ଓ ମାମଲାରେ ସେମାନଙ୍କର କୌଣସି ସମ୍ପର୍କ ନାହିଁ । ପୀଡ଼ିତାଙ୍କୁ ତାଙ୍କ ଘର ଲୋକ ହିଁ ହତ୍ୟା କରିଛନ୍ତି । ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ମିଛ । ତାଙ୍କର ସମ୍ପର୍କୀୟ ରବି ଓ ରାମୁଙ୍କୁ ବି ଫସାଇ ଦିଆଯାଇଛି । ମାମଲାର ନିରପେକ୍ଷ ତଦନ୍ତ ପାଇଁ ସେମାନେ ଏସପିଙ୍କୁ ଗୁହାରି କରିଛନ୍ତି ।
ବନ୍ଧୁତାକୁ ସହି ପାରୁ ନଥିଲେ ପରିବାର
ସନ୍ଦୀପ କହିଛନ୍ତି, ପୀଡିତା ତାଙ୍କ ଗାଁର ଝିଅ । ସେମାନଙ୍କ ଭିତରେ ଭଲ ବନ୍ଧୁତା ଥିଲା । ଉଭୟଙ୍କ ଭିତରେ ଦେଖା ସାକ୍ଷାତ ହେଉଥିଲା । କେବେ କେବେ ଫୋନରେ ବି କଥାବାର୍ତ୍ତା କରୁଥିଲେ । ସେମାନଙ୍କର ବନ୍ଧୁତାକୁ ଗ୍ରହଣ କରି ପାରୁନଥିଲେ ପୀଡ଼ିତାଙ୍କ ପରିବାର ଲୋକ ।
ପୀଡ଼ିତାଙ୍କୁ ତାଙ୍କ ମାଆ-ଭାଇ ମାରିଛନ୍ତି
ସନ୍ଦୀପ କହିଛନ୍ତି, ଘଟଣା ଦିନ ପୀଡ଼ିତାଙ୍କ ସହ ତାଙ୍କ କ୍ଷେତରେ ଦେଖା ହୋଇଥିଲା । ସାଙ୍ଗରେ ତାଙ୍କର ମାଆ ଓ ଭାଇ ଥିଲେ । ପରେ ଶୁଣିବାକୁ ପାଇଥିଲେ ଯେ, ବନ୍ଧୁତାଙ୍କୁ ନେଇ ପୀଡ଼ିତାଙ୍କୁ ତାଙ୍କ ମାଆ ଓ ଭାଇ ନିସ୍ତୁକ ପିଟିଥିଲେ ।

ପୀଡ଼ିତାଙ୍କ ମୃତ୍ୟୁ ପଛରେ ସେମାନଙ୍କର କୌଣସି ଭୂମିକା ନାହିଁ । ଗତକାଲି ସେମାନେ ହାଥରସ ଏସପିଙ୍କ ଏହି ଚିଠି ଲେଖିଥିଲେ । ବର୍ତ୍ତମାନ ଏସଆଇଟି ମାମଲାର ତଦନ୍ତ କରୁଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ ବି କରିଛନ୍ତି ।

Leave A Reply

Your email address will not be published.