Latest Odisha News

BREAKING NEWS

ଯାଜପୁର ବିରଜା ମନ୍ଦିର ରଥଯାତ୍ରା ପାଇଁ ଅନୁମତି ଦେଲେ ହାଇକୋର୍ଟ

କଟକ: ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିରରେ ଚଳିବର୍ଷ ରଥଯାତ୍ରା ପାଇଁ ମିଳିଲା ଗ୍ରୀନ ସିଗନାଲ୍ । ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । କୋଭିଡ ନିୟମ ଓ କଟକଣା ମାନି ରଥଯାତ୍ରା କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୭ରୁ ୨୪ ଯାଏଁ ଅନୁଷ୍ଠିତ ହେବ ମାଆ ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା ।

ମା’ ବିରଜାଙ୍କ ମନ୍ଦିରରେ ଚଳିତ ବର୍ଷ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ପ୍ରସଂଗ ନେଇ ହାଇକୋର୍ଟରେ ପିଟିସନ ଫାଇଲ୍ ହୋଇଥିଲା । ଏସମ୍ପର୍ତିକ ମାମଲାର ଶୁଣାଣି କରି ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ନିକଟରୁ ରିପୋର୍ଟ ତଲବ କରିଥିଲେ ହାଇକୋର୍ଟ ।

ଶାରଦୀୟ ଦୁର୍ଗା ପୂଜା ଅବସରରେ ମା ବିରଜାଙ୍କ ମନ୍ଦିରରେ ନବ ଦିନାତ୍ମକ ରଥଯାତ୍ରା କେଉଁ କାଳରୁ ଅନୁଷ୍ଠିତ ହୋଇଆସୁଛି । ୯ ଦିନ ବ୍ୟାପୀ ମାଆ ବିରଜାଙ୍କ ଚଳନ୍ତି ପ୍ରତିମା ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି । ଚଳିତ ବର୍ଷ କରୋନା କଟକଣା ଭିତରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ ।

ଆବେଦନକାରୀ ଦର୍ଶାଇଥିଲେ ଯେ, ରଥଯାତ୍ରା ବନ୍ଦ ହୋଇଗଲେ ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗିଯିବ । ଅନ୍ୟ କୌଣସି ଶକ୍ତି ପୀଠରେ ରଥଯାତ୍ରା ହେଉ ନଥିବା ବେଳେ କେବଳ ବିରଜାକ୍ଷେତ୍ରରେ ମା’ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପୁରୀରେ ରଥଯାତ୍ରା ଭଳି କୋଭିଡ୍ କଟକଣା ଭିତରେ ପରମ୍ପରା ବଞ୍ଚାଇ ରଖିବା ପାଇଁ ସେମିତି ମା’ ବିରଜାଙ୍କ ରଥଯାତ୍ରା ପାଇଁ ମଧ୍ୟ ଅନୁମତି ଦେବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ ଆବେଦନକାରୀ ।

Leave A Reply

Your email address will not be published.