Latest Odisha News

ହାଥରସରେ ଦଳଚକଟା ଘଟଣାରେ ୨୦ ସେବକ ଗିରଫ

ହାଥରସ: ହାଥରସରେ ଏକ ସତସଙ୍ଗରେ ଦଳାଚକଟା ଘଟଣାରେ ପୋଲିସ ୨୦ ସେବକଙ୍କୁ ଗିରଫ କରିଛି। ଏହା ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି।

ସୂଚନା ଅନୁଯାୟୀ, ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର। ମାମଲାର ତଦନ୍ତ ପାଇଁ ପୋଲିସ ୭ଟି ଟିମ୍‌ ଗଠନ କରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବୁଧବାର ସନ୍ଧ୍ୟାରେ ଗୃହ ବିଭାଗ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବ୍ରଜେଶ କୁମାର ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ତଦନ୍ତ କମିଶନ ଗଠନ କରିଛନ୍ତି। ଆୟୋଗକୁ ଏହାର ତଦନ୍ତ ଦୁଇ ମାସ ମଧ୍ୟରେ ଶେଷ କରିବାକୁ ପଡିବ।

ଉଲ୍ଲେଖଯୋଗ୍ୟ, ହାଥରସରେ ଏକ ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି। ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭୋଳା ବାବାଙ୍କ ସତସଙ୍ଗ ସମୟରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା।

Leave A Reply

Your email address will not be published.