Latest Odisha News

ବିଧାନସଭାରେ ୟୁପି ତାତି, କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ୟୁପି ହାଥରସ ଘଟଣାକୁ ନେଇ ଆଜି ବିଧାନସଭାରେ ତୁମ୍ବି ତୋଫାନ ହୋଇଛି । ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ହଙ୍ଗାମା କରିଛନ୍ତି । ଯୋଗି-ମୋଦୀ ହାଏ ହାଏ ବୋଲି ନାରାବାଜି ଦେଇଛନ୍ତି । ଯୋଗି ଆଦିତ୍ୟ ନାଥଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଜିନ୍ଦାବାଦ କରିଛନ୍ତି କଂଗ୍ରେସ ବିଧାୟକ ।

ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାହୁଲ ଗାନ୍ଧୀଙ୍କୁ ଯେଉଁଭଳି ଦୁର୍ବ୍ୟବହାର କରାଗଲା, ପୋଲିସ ମାଡ ମାରିବା ଓ ଠେଲି ଦେବା ତାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଗୃହରେ ନାରାବାଜି ବଢ଼ିବା ପରେ ବାଚସ୍ପତି ୧୫ ମିନିଟ୍ ପାଇଁ ମୁଲତବି ଘୋଷଣା କରିଥିଲେ । ତେବେ ଗୃହ ଆରମ୍ଭ ହେବା ପରେ ମଧ୍ୟ କଂଗ୍ରେସ ବିଧାୟକ ହୋ ହାଲ୍ଲା ଜାରି ରଖିଥିଲେ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ବିଧାୟକମାନେ ଉଦ୍ୟମ କରିଥିଲେ ।

ଗୃହରେ ଅଚଳାବସ୍ଥା ଜାରି ରହିବା ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ତେବେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ୩ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।

Leave A Reply

Your email address will not be published.