ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ବ୍ଲକସ୍ଥିତ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁଣି ଥରେ ଜାତୀୟ ସ୍ତରୀୟ ରାଙ୍କିରେ ପୁଣି ଥରେ ବାଜି ମାରିଛି। ଜାତୀୟ ସ୍ତରୀୟରେ ଶ୍ରେଷ୍ଠ ସରକାରୀ ବିଦ୍ୟାଳୟ ତାଲିକାରେ ହାତୀଓଟ ଓଏଭି ପଞ୍ଚମ ସ୍ଥାନରେ ରହିଛି। ଏଜୁକେସନ ୱାର୍ଲଡ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ୍ ୨୦୨୨-୨୩ର ସରକାରୀ ବିଦ୍ୟାଳୟ ତାଲିକାରେ ଏହି ଶିକ୍ଷାନୁଷ୍ଠାନକୁ ସଫଳତା ମିଳିଛି। ଗତ ପାଞ୍ଚ ବର୍ଷ ହେଲା ହାତୀଓଟ ଓଏଭିକୁ ଜାତୀୟ ସ୍ତରୀୟ ରାଙ୍କିଙ୍ଗ୍ରେ ସଫଳତା ମିଳିବାରେ ଲାଗିଛି। ଦେଶର ଅନେକ ପ୍ରତିଷ୍ଠିତ ସରକାରୀ ବିଦ୍ୟାଳୟକୁ ପଛରେ ପକାଇ ଦେଇଛି। ଗୁଣାତ୍ମକ ଶିକ୍ଷାଦାନ, ନେତୃତ୍ବ ଏବଂ ପରିଚାଳନା ଗୁଣ, ସହପାଠ୍ୟକ୍ରମ କାର୍ଯ୍ୟକ୍ରମ, ଭଲ ଶିକ୍ଷକ, ବୈଷୟିକ ଉପାୟରେ ଶିକ୍ଷାଦାନ ଏବଂ ଅନ୍ୟାନ୍ୟ ପଦକ୍ଷେପ ଯୋଗୁ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ସଫଳତା ମିଳିଛି। ଏଜୁକେସନ ୱାର୍ଲଡ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ୍ ହେଉଛି ପୃଥିବୀର ଅନ୍ୟତମ ବୃହତ ବିଦ୍ୟାଳୟ ଓ ରାଙ୍କିଙ୍ଗ ସର୍ବେ ବ୍ୟବସ୍ଥା। ଏଥିରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି, ଶିକ୍ଷାବିତ, ଅଧ୍ୟକ୍ଷ, ଶିକ୍ଷକ, ଅଭିଭାବକ ଏବଂ ପୁରାତନ ଛାତ୍ରମାନେ ସାମିଲ ଅଛନ୍ତି। ସୂଚନା ଯୋଗ୍ୟ ଯେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ତରଫରୁ ଆଦର୍ଶ ବିଦ୍ୟାଳୟଗୁଡ଼ିକ ପରିଚାଳିତ ହେଉଛି। ଅନ୍ୟପଟେ ହାତୀଓଟ ଓଏଭିର ଏହି ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଜରିଆରେ ସଶକ୍ତ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି, ତାହାର ଜାତୀୟ ସ୍ତରରେ ସଫଳତା ଆଣିଛି ବୋଲି ସେ ପ୍ରକାଶ କରିଛନ୍ତି। ସେହିଭଳି ଗଣଶିକ୍ଷା ବିଭାଗ ତରଫରୁ ମଧ୍ୟ ହାତୀଓଟ ଓଏଭିକୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।
BREAKING NEWS
- ମହାରାଷ୍ଟ୍ରକୁ ଚାଲାଣ ବେଳେ ୧୨୦କିଲୋରୁ ଅଧିକ ଗଞ୍ଜେଇ ଜବତ
- ନୀତି ଆୟୋଗର ଉପାଧ୍ୟକ୍ଷଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ;ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ
- Explosives recovered: ନକ୍ସଲଙ୍କ ବଡ ଷଡଯନ୍ତ୍ର ପଣ୍ଡ; ୧୬ଟି ଆଇଇଡି ସହ ବିପୁଳ ପରିମାଣର ବିସ୍ଫୋରକ ଜବତ
- BJD: ବିଜେପି ଶାସନରେ ସାଇବର ଅପରାଧ ଓ ଫେକ୍ ନ୍ୟୁଜରେ ବୃଦ୍ଧି ଘଟିଛି: ବିଜେଡି
- ଆମ ବସ୍ ଭଙ୍ଗାରୁଜା ଘଟଣା; ଦୁଇ ଅଭିଯୁକ୍ତ ଗିରଫ
- Tragic landslide in Indonesia: ଭୟଙ୍କର ଭୂସ୍ଖଳନ: ୨୧ ଜଣଙ୍କର ମୃତ୍ୟୁ, ୮୦ରୁ ଅଧିକ ନିଖୋଜ
- ଏକ ଆବାସିକ କୋଠାରେ ଗୁଳି ଚଳାଇବା ଅଭିଯୋଗରେ ଅଭିନେତା କମଲ ଆର ଖାନ ଗିରଫ
- ବାଂଲାଦେଶ ପରେ ବିଶ୍ୱକପରୁ ଓହରିଯିବ କି ପାକିସ୍ତାନ
- ଆଇସିସି ଟି୨୦ ବିଶ୍ୱକପ: ବାଂଲାଦେଶ ଆଉଟ, ସ୍କଟଲାଣ୍ଡ ଇନ
Comments are closed.