Latest Odisha News

BREAKING NEWS

କେରଳରେ ତାନ୍ତ୍ରୀକ ମହମ୍ମଦ ସାଫି ଦେଇଥିଲା ନର ବଳି : ଧନ ପ୍ରାପ୍ତି ପାଇଁ ମଣିଷ ମାଂସ ଖାଇଥିଲେ ମଣିଷ !

କୋଚି : ସମୟ ଯେତେ ବଦଳିଲେ ବି ମଣିଷ କିନ୍ତୁ ବଦଳି ପାରୁନାହିଁ । ପୁଣି ଗୁଣିଗାରେଡ଼ି, ନରବଳି ସମାଜରେ ଲୋକଙ୍କୁ ଜାବୁଡ଼ି ଧରୁଛି । କେରଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାହାକୁ ନେଇ ସାରା ଭାରତରେ ଚର୍ଚା ଚାଲିଛି । ନର ବଳି  ମାମଲାକୁ ନେଇ ପୁଲିସ୍‌ ଯାହା କହିଛି ତାହା ଯଦି ସତ୍ୟ ହୋଇଥାଏ ତାହେଲେ ସାଂଘାତିକ । ପୁଲିସ୍‌  କହିଛି ଯେ କୋଚିରେ ଧନ ପ୍ରାପ୍ତି ଆଶାରେ ଗୁଣିଗାରଡ଼ି ସନ୍ଦେହରେ ବଳିଦେବା ପାଇଁ ଜଣେ ମହିଳାଙ୍କୁ ଅତି ଅମାନୁଷିକ ଭାବରେ ହତ୍ୟା କରାଯାଇଛି। ଖାଲି ହତ୍ୟା କରାଯାଇନାହିଁ । ତାଙ୍କର କିଛି ଅଙ୍ଗକୁ ରୋଷେଇ କରି ଖାଇଛନ୍ତି ଅଭିଯୁକ୍ତ ।

ପ୍ରଥମେ ମୃତକ ମହିଳାଙ୍କୁ ନିଖୋଜ ନେଇ ପରିବାର ଲୋକ ଥାନାରେ ମାମଲା କରିଥିଲେ । ପୁଲିସ୍‌  ପ୍ରାରମ୍ଭିକ ତଦନ୍ତ ଚଳାଉଥିବା ବେଳେ ସାମ୍ନାକୁ ଆସିଥିଲା ଏନେଇ ସମ୍ବେଦନଶୀଳ ଘଟଣା।  ତାନ୍ତ୍ରୀକ ମହମ୍ମଦ ସାଫି ମଣିଷ ବଳି ଦେବା ପାଇଁ ଜଣେ ଦମ୍ପତିଙ୍କୁ ଆର୍ଥିକ ଲୋଭ ଦେଖାଇଥିଲେ ।  ରାତା ରାତି ଧନୀ ହେବା ପାଇଁ ମଣିଷ ବଳି ଦେବାକୁ ପଡ଼ିବ କହି ପ୍ରଥମେ ତାନ୍ତ୍ରୀକ ଏହି ଦମ୍ପତିଙ୍କୁ ବସିଭୁତ କରିଥିଲା। ପରେ ଗୋଟେ ପରେ ଆଉ ଗୋଟେ ମହିଳାଙ୍କୁ ବଳି ପକାଇଥିଲା ସାଫି । ଦୁଇଟି ମହିଳାଙ୍କୁ ବଳି ପକାଇଥିବା ସାଫି ମଧ୍ୟ ପୋଲିସ ଆଗରେ ସ୍ବୀକାର କରିଛି ।  

କୋଚି କମିଶନର ସିଏଚ ନାଗାରାଜୁ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ସାଫି ପୂର୍ବରୁ ଅନେକ ଅପରାଧିକ ମାମଲାରେ ଜଡ଼ିତ ରହିଛି। ଏବଂ ସେ ଭଗବନ୍ତ ସିଂ ଏବଂ ତାଙ୍କ ପତ୍ନୀ ଲୌଲାକୁ ଫସାଇ ଏପରି ନରବଳି ଦେବାକୁ ଉତ୍ସାହିତ କରିଛି । ସାଫିକୁ ଜଣେ ମାନସିକ ରୋଗୀ ଦର୍ଶାଇ କମିଶନର କହିଛନ୍ତି ଯେ, ସେ କେମିତି ଦମ୍ପତିଙ୍କୁ ଫସାଇ ବଳି ପାଇଁ ପ୍ରବର୍ତ୍ତାଇ‌ଥିଲା, ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା 

ପୋଲିସ କହିବା ଅନୁସାରେ ଅପହରଣ କରି ପୀଡ଼ିତାଙ୍କୁ ବଳି ଦିଆଯାଇଥିଲା । ଖାଲି ବଳି ଦେବାପାଇଁ ହତ୍ୟା କରାଯାଇନଥିଲା ।  ମୃତ ଶରୀରର କିଛି ଅଙ୍ଗକୁ ଦମ୍ପତିଙ୍କ ଘରେ ବିଭିନ୍ନ ସ୍ଥାନରେ ପୋତି ଦିଆଯାଇଥିଲା।  ସାଫି ସମେତ ଏହି ଦମ୍ପତ୍ତି ମହିଳାଙ୍କ ଗଳା କାଟି ହତ୍ୟା କରିଥିଲେ ।  ପୁଲିସ ଆଗରେ ଲୈଲେ ଏହା ମଧ୍ୟ କହିଛି ଯେ, ମୃତ ଶରୀରର କିଛି ଅଙ୍ଗକୁ ରୋଷେଇ କରି  ସେମାନେ ଖାଇଛନ୍ତି। ଏସବୁ ଜଣାପଡିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।  ତିନି ଅପରାଧୀଙ୍କୁ କୋର୍ଟରେ ପହଞ୍ଚାଇବା ବେଳେ ହଜାର ହଜାର ଲୋକ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାପାଇଁ ଦାବି କରିଛନ୍ତି ।

ସେପଟେ ମୁଖ୍ୟ ଅଭିଯୁକ୍ତ ସାଫି ନାମରେ  ୮ଟି ମାମଲା ରହିଛି ।  ତା ଅପରାଧରେ ବଳାତ୍କାର,  ହତ୍ୟା ଏବଂ ଡକାୟତି ଭଳି ଜଘନ୍ୟ ମାମଲା ସବୁ ରହିଛି । ତା ନାମରେ ଅପରାଧ ଥିଲେ ମଧ୍ୟ ସେ ଲୁଚି ରହି ପୁଣି ଅପରାଧିକ କାର୍ଯ୍ୟ କରୁଥିଲା ।  ବଳି ପାଇଁ ସେ ସୋସିଆଲ ମିଡିଆର ବ୍ୟବହାର କରିଥିଲା । ଲୋକଙ୍କୁ ନାନା ପ୍ରକାର ପ୍ରଲୋଭନ ଦେଖାଇ ସେ ସୋସିଆଲ ମିଡିଆରେ ପୋଷ୍ଟିଂ କରୁଥିଲା । ସୋସିଆଲ ମିଡିଆ ଫେସବୁକରୁ ସାଫି ସହ ଦମ୍ପତ୍ତିଙ୍କର ପରିଚୟ ହୋଇଥିଲା ।

ଏହି ଦମ୍ପତ୍ତି ସାଫି ର ଲୋଭରେ ଫସି ଯାଇଥିଲେ ।  ଜୁନ୍‌ରେ ପ୍ରଥମ ମହିଳାଙ୍କୁ ବଳି ଦେବା ପାଇଁ ଏହି ଦମ୍ପତ୍ତି ସାଫିକୁ ଲକ୍ଷାଧିକ ଟଙ୍କା ଦେଇଥିଲେ । କିନ୍ତୁ ଏଥିରେ ଉକ୍ତ ଦମ୍ପତ୍ତିଙ୍କ ଆର୍ଥିକ ସମସ୍ୟା ସମାଧାନ ହୋଇନଥିଲା । ପରେ ସାଫି ସେମାନଙ୍କୁ ଦ୍ବିତୀୟ ବଳି ପକାଇବା ପାଇଁ ଲୋଭ ଦେଖାଇଥିଲା । ଦ୍ବିତୀୟ ବଳି ପରେ ସେମାନଙ୍କୁ ପୋଲିସ ଧରିଥିଲା । ମହିଳାଙ୍କ ନିଖୋଜ ମାମଲାର  ତଦନ୍ତ କରି ପୋଲିସ ଅଭିଯୁକ୍ତ ସାଫି ନିକଟରେ ପହଁଚିବା ପରେ ସମସ୍ତ ଅଭିଯୁକ୍ତମାନଙ୍କୁ ଧରିଥିଲା ।

 

Leave A Reply

Your email address will not be published.