Latest Odisha News

BREAKING NEWS

ବିକ୍ରି ହେବ ଘର, ଯେଉଁଠି ରହିିଛି ମଣିଷ ଓ ବିଭିନ୍ନ ପଶୁର କଟା ମୁଣ୍ଡ, ଗଣ୍ଡି

ଆପଣ ନିଶ୍ଚିତ ଭାବରେ ‘ହଣ୍ଟେଡ୍ ହାଉସ୍‌’ ବିଷୟରେ ଶୁଣିଥିବେ ଏବଂ ଦେଖି ମଧ୍ୟ ଥିବେ । ଏହି ଘରକୁଏପରି ଭାବରେ ଡିଜାଇନ୍ କରାଯାଇଥାଏ ଯେ, ଲୋକମାନେ ଭିତରକୁ ପ୍ରବେଶ କରିବା ମାତ୍ରେ ହିଁ ଭୟଭୀତ ହୋଇଥାନ୍ତି । କିନ୍ତୁ ବ୍ରିଟେନ୍‌ର ଏମିତି ଏକ ଘର ଅଛି, ଯାହା କାହାଣୀର କୌଣସି ହଣ୍ଟେଡ୍ ହାଉସ୍‌ଠାରୁ ବି କମ୍ ନୁହେଁ । ଏହାର ଶୋଇବା ଘରେ ସିଂହର କଟା ମୁଣ୍ଡ ରହିବା ସହ ଶରୀରର ବିଭିନ୍ନ ଅଙ୍ଗଗୁଡ଼ିକ ଏଣେତେଣେ ବିଛାଡି ହୋଇ ପଡ଼ିଛଇ । ଏବେ ଏହି ଘର ଖୁବ୍ ଚର୍ଚ୍ଚାରେ । କାରଣ ଏହି ଘର ବିକ୍ରି ପାଇଁ ନିଲାମ ହେବାକୁ ଯାଉଛି ।

ବ୍ରିଟେନର ଲିଭରପୁଲ ସହରରେ ଏକ ବିଳାସପୂର୍ଣ୍ଣ ଘର ନିଲାମ ଯୋଗୁଁ ଚର୍ଚ୍ଚାରେ ରହିଛିି । କାରଣ ଘରର ଡିଜାଇନ୍ ପାଇଁ ନୁହେଁ, ବରଂ ଏହି ଘରେ ଥିବା ଆସବାବପତ୍ରକୁ ନେଇ । ଏହି ଚାରି ମହଲା ବିଶିଷ୍ଟ ଘରର କବାଟ ଖୋଲିବା ମାତ୍ରେ ଆପଣ ନିଶ୍ଚୟ ଭୟଭୀତ ହୋଇଯିବେ । ଏମିତି କି ସୁସ୍ଥ ଲୋକ ମଧ୍ୟ ହାର୍ଟ ଆଟାକ୍ ହେବାର ବି ସମ୍ଭାବନା ରହିଛି । ଏହି ଘରର ବେଡ଼ ରୁମ୍‌କୁ ଯିବା ମାତ୍ରେ ଆପଣଙ୍କ ପୁରା ଶରୀର ଥରି ଉଠିବ । ଏଠାରେ ସିଂହର ଏକ କଟା ମୁଣ୍ଡ ରଖାଯାଇଛି । ତାଛଡ଼ା ମଣିଷ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗଗୁଡ଼ିକ ଚାରିଆଡେ ବିଛାଡି ହୋଇ ପଡ଼ିିଛି । ଚେୟାରରେ ରହିଛି ମଣିଷ ଶରୀରର ଅଧା ଗଣ୍ଡି । ତଳେ ଓ ସୋଫା ଉପରେ ବିକ୍ଷିପ୍ତ ଭାବେ ପଡ଼ିଛି ଶରୀରର ବିଭିନ୍ନ ଅଙ୍ଗ । ଏଥିସହିତ ଘରର କାନ୍ଥରେ ବିଚିତ୍ର କଳାକୃତି ଦେଖିବାକୁ ମିଳିବ, ଯାହା ଦେଖିବାକୁ ଭୟଙ୍କର । ଘରର ଏଠି,ସେଠି ଓ ସବୁଠି ପଡ଼ିଛି ରକ୍ତର ଛିଟା । କୌଣସି ସ୍ଥାନରୁ କାହାର କାନ୍ଦିବାର ଶବ୍ଦ ଶୁଣାଯିବା ସହି କାହାର ଚିତ୍କାର ମଧ୍ୟ ଶୁଭୁଛି । ତାଛଡ଼ା ଘରର ସିଡ଼ିରେ ଉପରକୁ ଯିବା ବେଳେ ଭୟଙ୍କର ପଶୁପକ୍ଷୀଙ୍କୁ ଆପଣଙ୍କୁ ସାମ୍ନା କରିବାକୁ ପଡ଼ିବ ।

ବାସ୍ତବରେ, ଏହି ଘରଟି ଲିଭରପୁଲ୍ ନିକଟ ଓକ୍ସଟନେରେ ଅବସ୍ଥିତ । ଏଠାରେ ଆର୍ଟିଷ୍ଟ ରନ୍ ଗିଟିନ୍ସ ରହୁଥିଲେ । ସେ ଘରର ସବୁ ବଖରାରେ ଏହି ଚମତ୍କାର କଳାକୃତି ତିଆରି କରିଥିଲେ । କାନ୍ଥଗୁଡିକ ବିଚିତ୍ର କଳା ଦ୍ୱାରା ସଜାଯାଇଥିଲା । କିନ୍ତୁ ତିନି ବର୍ଷ ପୂର୍ବେ ତାଙ୍କ ମୃତ୍ୟୁ ପରେ ଏହାକୁ ସାଇତିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ପ୍ରଥମେ ସ୍ଥାନୀୟ ଲୋକମାନେ ମିଳିତ ଭାବେ ଏହାର ଭଡା ଏବଂ ବିଲ୍ ପୈଠ କରିଥିଲେ । କିନ୍ତୁ ବର୍ତ୍ତମାନ ଜମି ମାଲିକ ଏହାକୁ ବିକ୍ରୟ କରିବାକୁ ଚାହୁଁଛନ୍ତି । ଘର କିଣିବାକୁ ଆଗ୍ରହୀ ଥିବା ଲୋକେ ଭିତରେ ପଶିଲା ପରେ ଏପରି ଦୃଶ୍ୟ ଦେଖି ଭୟଭୀତ ହେବା ସହ ଦ୍ୱିତୀୟ ଥର ଆସିବାକୁ ମନ ବଳାଉ ନାହାନ୍ତି ।

 

Comments are closed.