Latest Odisha News

BREAKING NEWS

ମାର୍ଚ୍ଚରୁ ମେ ଅସହ୍ୟ ତାତି

ଭୁବନେଶ୍ୱର: ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ । ସ୍ୱାଭାବିକ ଠାରୁ ମାର୍ଚ୍ଚ ମାସରେ ଅଧିକ ରହିବ ତାପମାତ୍ରା । ଏଭଳି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମାର୍ଚ୍ଚରୁ ମେ ମାସ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ବେଶ୍ ଅଧିକ ରହିବ ।

ଉତ୍ତରପୂର୍ବ, ପୂର୍ବ ଏବଂ କେନ୍ଦ୍ରୀୟ ଭାରତ ସହ ଉତ୍ତରପଶ୍ଚିମ ଭାରତର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେବ । ମାର୍ଚ୍ଚ ମାସରେ ଦେଶରେ ସ୍ୱାଭାବିକ ବର୍ଷା ହୋଇପାରେ । ଉତ୍ତରପଶ୍ଚିମ ଭାରତରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ।

ଏବେ ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବ । ଆଗାମୀ ୫ ଦିନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ବଢ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.