Latest Odisha News

BREAKING NEWS

ଗୋଟିଏ ଯୁବତୀ ପାଇଁ ୪୨ ବର୍ଷ ଧରି ବନ୍ଦ ପଡିଥିଲା ଏହି ରେଳ ଷ୍ଟେସନ !

କୋଲକାତା: ଭାରତୀୟ ରେଳ ଷ୍ଟେସନ ସହିତ ଜଡିତ ଏପରି କିଛି ଆଶ୍ଚର୍ଯ୍ୟ ଘଟଣା ରହିଛି ଯାହାକୁ ଶୁଣି ଲୋକେ ହୁଏତ କମ ବିଶ୍ୱାସ କରିବେ। ଭାରତର ଏପରି ଏକ ରେଳ ଷ୍ଟେସନ ରହିଛି ଯାହା ଦୀର୍ଘ ୪୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ପଡି ରହିଥିଲା। ବନ୍ଦ ହେବା ପଛର କାହାଣୀ ଗୋଟିଏ ଝିଅ ସହିତ ଜଡିତ।

ଏହି ରେଳ ମାର୍ଗ ଦେଇ ଟ୍ରେନ୍ ଯାତାୟତ କରୁଥିଲା ସତ କିନ୍ତୁ ଦିନେ ହେଲେ ଗୋଟିଏ ବି ଟ୍ରେନ୍ ଏହି ଷ୍ଟେସନରେ ଅଟକୁ ନଥିଲା। କୁହାଯାଉଛି ଦୀର୍ଘ ୪୨ ବର୍ଷ ପର୍ଯ୍ୟନ୍ତ ଏହି ଷ୍ଟେସନରେ କୌଣସି ଟ୍ରେନ ଅଟକି ନାହିଁ। ଏହି ରେଳ ଷ୍ଟେସନ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଅବସ୍ଥିତ, ଯାହାର ନାମ ବେଗୁନକୋଡୋର ରେଳ ଷ୍ଟେସନ। ଏହି ରେଳ ଷ୍ଟେସନଟି ୧୯୬୦ ମସିହାରେ ସ୍ଥାପିତ ହୋଇଥିଲା।

ଏହି ରେଳ ଷ୍ଟେସନ ଖୋଲିବା ପରେ କିଛି ବର୍ଷ ପାଇଁ ସବୁକିଛି ଠିକ୍ ଠାକ୍ ଚାଲିଥିଲା, କିନ୍ତୁ ପରେ ଅଜବ ଘଟଣା ଘଟିବାକୁ ଲାଗିଲା। ୧୯୬୭ ରେ, ଜଣେ କର୍ମଚାରୀ ଷ୍ଟେସନରେ ମହିଳା ଭୂତ ଦେଖିଥିବାର ଦାବି କରିଥିଲେ। ସେ ଅନ୍ୟ ରେଳ କର୍ମଚାରୀଙ୍କୁ ମଧ୍ୟ କହିଥିଲେ, କିନ୍ତୁ ତାଙ୍କ କଥାକୁ ଅଣଦେଖା କରାଯାଇଥିଲା। ଏହି ଘଟଣାର କିଛି ଦିନ ପରେ, ଏକ ବଡ଼ ଘଟଣା ଘଟିଥିଲା। ଯାହାକୁ ସମସ୍ତେ ବିଶ୍ୱାସ କରିବାକୁ ବାଧ୍ୟ ହେଲ। କିଛି ଦିନ ପରେ ରେଗୁଲାର କ୍ୱାର୍ଟରରେ ବେଗୁନାକୋଡୋର ଷ୍ଟେସନ ମାଷ୍ଟର ଏବଂ ତାଙ୍କ ପରିବାରଙ୍କ ମୃତଦେହ ମିଳିଥିଲା। ଲୋକମାନେ ଦାବି କରିଥିଲେ ଯେ ଏହି ଘଟଣା ପଛରେ ଜଣେ ମହିଳାଙ୍କ ଭୂତର ହାତ ଅଛି। ଏହା ପରେ, ଏହି ଭୂତର ଅନେକ କାହାଣୀ ଲୋକମାନଙ୍କଠାରୁ ଶୁଣିବାକୁ ମିଳିଲା।

ସେଠାକାର ଲୋକମାନେ ଦାବି କରନ୍ତି ଯେ ଯେତେବେଳେ ସନ୍ଧ୍ୟା ହୁଏ ସେତେବେଳେ ଜଣେ ଯୁବତୀ ଟ୍ରେନ ସହିତ ଦୌଡନ୍ତି। ଯୁବତୀଜଣଙ୍କ ଟ୍ରେନ ସହିତ ଦୌଡନ୍ତି, କିନ୍ତୁ ଟ୍ରେନରେ ଚଢନ୍ତି ନାହିଁ। କେବଳ ଏତିକି ନୁହେଁ, ବେଳେବେଳେ ଯୁବତୀଜଣଙ୍କ ଟ୍ରେନଠାରୁ ଅଧିକ ବେଗରେ ଧାଉଁଥିବା ଲୋକେ ଦେଖିଛନ୍ତି। ଅନେକ ଥର ତାଙ୍କୁ ଟ୍ରେନ୍ ଟ୍ରାକରେ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଛି।

ଏଭଳି ଘଟଣା ପରେ ଏହି ରେଳ ଷ୍ଟେସନକୁ ଭୂତ ରେଳ ଷ୍ଟେସନ ଘୋଷଣା କରି ବନ୍ଦ କରିଦିଆଗଲା। ଏହି ଷ୍ଟେସନ ଭୟ ଲୋକଙ୍କ ମଧ୍ୟରେ ଏତେ ବ୍ୟାପିଗଲା ଯେ ଲୋକମାନେ ଏଠାକୁ ଆସିବା ବନ୍ଦ କରିଦେଲେ। ଏପରିକି ରେଳ କର୍ମଚାରୀମାନେ କାମ କରିବାକୁ ଏଠାକୁ ଆସିବାକୁ ମନା କରିଦେଲେ। ଫଳରେ ଏଠାରେ କୌଣସି ଟ୍ରେନ ଅଟକିଲା ନାହିଁ। କୌଣସି ଯାତ୍ରୀ ଏଠାରେ ଓହ୍ଲାଇଲେ ନାହିଁ କିମ୍ବା ଚଢିଲେ ନାହିଁ। ପରେ ଏହାର କାହାଣୀ କୋଲକାତା ରେଳ ଷ୍ଟେସନରୁ ରେଳ ମନ୍ତ୍ରଣାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ୪୨ ବର୍ଷ ଧରି ଏହି ଭୟ ଏଠାରେ ରାଜୁତି କରୁଥିଲା ।

ସ୍ଥାନୀୟ ଲୋକଙ୍କର କହିବା କଥା ଏହି ଷ୍ଟେସନରେ ଟ୍ରେନକୁ ଚଢୁଥିବା ବେଳେ ଜଣେ ଯୁବତୀ ଖସିପଡି ପ୍ରାଣ ହରାଇଥିଲେ । ତାଙ୍କ ଆତ୍ମା ଏଠାରେ ଘୁରିବୁଲୁଛି, ଯେତେବେଳେ କୌଣସି ଟ୍ରେନ ଆସୁଛି, ସେ ତା ଆଗେ ଆଗେ ଧାଉଁଛି । ଏହାର ରହସ୍ୟ ଉନ୍ମୋଚନ କରିବାକୁ ପଶ୍ଚିମବଙ୍ଗ ବିଜ୍ଞାନ ମଞ୍ଚର ଏକ ଟିମ୍ ବେଗୁନକୋଡାର ଯାଇଥିଲା । ଏହି ଟିମ୍ ଭିଡିଓ କ୍ୟାମେରା, ଡିଜିଟାଲ କମ୍ପାସ, ନେଗେଟିଭ୍ ଏନର୍ଜି ଠାବ କରୁଥିବା କେଟୁମିଟର ସହିତ ଷ୍ଟେସନରେ ପହଞ୍ଚିଥିଲା।

ସାରା ରାତି ରେଳୱେ ଷ୍ଟେସନ, ଟ୍ରେନଲାଇନ ଓ ଏହାର ଆଖପାଖର ଗଛ ଆଦି ସବୁ ସ୍ଥାନରେ ଭୂତକୁ ଖୋଜିଥିଲେ । ହେଲେ କିଛି ଦେଖିବାକୁ ପାଇନଥିଲେ। ଶେଷରେ ଟିମ୍ ରିପୋର୍ଟ ଦେଇଥିଲା ଯେ, ଏଠାରେ ଭୂତ ଥିବା କଥା ସମ୍ପୂର୍ଣ୍ଣ ମିଛ। ଏହି ରିପୋର୍ଟ ମିଳିବା ପରେ ୨୦୦୯ ମସିହାରେ ତତକାଳୀନ ରେଳମନ୍ତ୍ରୀ ମମତା ବାନାର୍ଜୀ ବେଗୁନକୋଡାର ରେଳୱେ ଷ୍ଟେସନକୁ ପୁଣିଥରେ ଖୋଲିଥିଲେ। ପୁଣି ଚଳଚଞ୍ଚଳ ହୋଇଥିଲା ବେଗୁନକୋଡାର ରେଳୱେ ଷ୍ଟେସନ।

Leave A Reply

Your email address will not be published.