Latest Odisha News

BREAKING NEWS

ବୈଜ୍ଞାନିକଙ୍କ ତଥ୍ୟ ସଂଗ୍ରହ କରୁଛି ଆଦିତ୍ୟ ଏଲ୍‌-୧, ସୁପର-ଥର୍ମାଲ୍ ଓ ଶକ୍ତିଶାଳୀ ଆୟନ ମାପିବା ଆରମ୍ଭ

ନୂଆଦିଲ୍ଲୀ: ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲା ଆଦିତ୍ୟ ଏଲ୍‌-୧। ସୋସିଆଲ ମିଡିଆଲରେ ସୂଚନା ଜାରି କଲା ଇସ୍ରୋ। ଆଦିତ୍ୟ ଏଲ୍‌-୧ ମିଶନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଭାରତୀୟ ମହାକାଶ ଗବେଷଣା ସଂଗଠନ ସୋସିଆଲ ମିଡିଆରେ ସେୟାର କରିଛି। ସୂଚନା ଅନୁଯାୟୀ, ଆଦିତ୍ୟ ଏଲ୍‌-୧ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି।

ଷ୍ଚେପସ୍ ଯନ୍ତ୍ରର ସେନ୍ସରଗୁଡ଼ିକ ପୃଥିବୀଠାରୁ ୫୦,୦୦୦ କିଲୋମିଟରରୁ ଅଧିକ ସୁପର-ଥର୍ମାଲ୍ ଏବଂ ଶକ୍ତିଶାଳୀ ଆୟନ ଓ ଇଲେକ୍ଟ୍ରନ୍ ମାପିବା ଆରମ୍ଭ କରିଛି। ଏହି ତଥ୍ୟ ବୈଜ୍ଞାନିକମାନଙ୍କୁ ପୃଥିବୀର ଚାରିପାଖରେ ଥିବା କଣିକାର ଆଚରଣ ବିଶ୍ଳେଷଣ କରିବାରେ ସାହାଯ୍ୟ କରିବ। ଏହି ଚିତ୍ର ବିଭିନ୍ନ ୟୁନିଟ୍ ମଧ୍ୟରୁ ସଂଗୃହିତ ଶକ୍ତିଶାଳୀ କଣିକା ସମ୍ବନ୍ଧରେ ବାୟୁମଣ୍ଡଳର ପରିବର୍ତ୍ତନ ବିଷୟରେ ସୂଚନା ପ୍ରଦାନ କରେ।

ଭାରତୀୟ ସ୍ପେସ୍ ଏଜେନ୍ସି ସେପ୍ଟେମ୍ବର ୨ ତାରିଖରେ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ- L1 ଲଞ୍ଚ କରିଥିଲା । ISRO PSLV C57 ଲଞ୍ଚ ପ୍ୟାଡରୁ ସଫଳତାର ସହିତ ଆଦିତ୍ୟ L1 ଲଞ୍ଚ କରିଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉତକ୍ଷେପଣ କରାଯାଇଥିଲା। ଚନ୍ଦ୍ରୟାନ-୩ ପରି, ଏହି ମିଶନ ପ୍ରଥମେ ପୃଥିବୀ ଚାରିପଟେ ବୁଲିବା ପରେ ଏହା ସୂର୍ଯ୍ୟ ଆଡକୁ ଗତି କରିଛି।

Leave A Reply

Your email address will not be published.