Latest Odisha News

BREAKING NEWS

୪୫ ଦିନ ଧରି ଶୋଇନାହିଁ; ସୁଇସାଇଡ ନୋଟରେ ଏଭଳି ଲେଖି ଜୀବନ ହାରିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଝାନ୍ସିର ଏକ ପ୍ରାଇଭେଟ୍ ଫାଇନାନ୍ସରେ ଏରିଆ ମ୍ୟାନେଜର ଭାବେ କାର୍ଯ୍ୟରତ ଜଣେ ୪୨ ବର୍ଷୀୟ ବ୍ୟକ୍ତି ସୁଇସାଇଡ ନୋଟ୍ ଲେଖି ଜୀବନ ହାରି ଦେଇଛନ୍ତି।

ତରୁଣ ସକ୍ସେନା ନାମକ ଏହି ବ୍ୟକ୍ତି ସୁଇସାଇଡ ନୋଟରେ ଲେଖିଛନ୍ତି ଯେ ଗତ ଦୁଇ ମାସ ଧରି ବରିଷ୍ଠ ଅଧିକାରୀମାନେ ତାଙ୍କୁ ଟାର୍ଗେଟ ପୂରଣ କରିବା ପାଇଁ ଚାପ ପକାଇ ଆସୁଛନ୍ତି। ଏପରିକି ଟାର୍ଗେଟ ପୂରଣ ନହେଲେ ଦରମା କାଟିବାକୁ ମଧ୍ଯ ଧମକ ଦେଇଥିଲେ। ଫାଇନାନ୍ସ କମ୍ପାନୀ ଏନେଇ କୌଣସି ସ୍ପଷ୍ଟିକରଣ ଦେଇନାହିଁ।

ସୂଚନା ଅନୁଯାୟୀ, ଆଜି ସକାଳେ ଘରର ଚାକର ତରୁଣଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଆତ୍ମହତ୍ଯା କରିବା ପୂର୍ବରୁ ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ଅନ୍ୟ ଏକ କୋଠରୀରେ ତାଲା ପକାଇ ଦେଇଥିଲେ।

ପତ୍ନୀଙ୍କ ଉଦ୍ଦେଶ୍ଯରେ ଲେଖିଥିବା ଏକ ପାଞ୍ଚ ପୃଷ୍ଠାର ଚିଠିରେ ତରୁଣ ଲେଖିଛନ୍ତି ଯେ “ଯେତେ ଚେଷ୍ଟା କରିଥିଲେ ମଧ୍ୟ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହୋଇ ନ ଥିବାରୁ ବହୁତ ଚାପରେ ଥିଲେ। ତାଙ୍କ ବରିଷ୍ଠ ଅଧିକାରୀମାନେ ତାଙ୍କୁ ବାରମ୍ବାର ଅପମାନିତ ମଧ୍ଯ କରୁଥିଲେ। “ଭବିଷ୍ୟତ ବିଷୟରେ ମୁଁ ଅତ୍ୟଧିକ ଚାପଗ୍ରସ୍ତ ରହୁଛି। ମୁଁ ଭାବିବାର କ୍ଷମତା ହରାଇ ଦେଇଛି। ମୁଁ ଯାଉଛି।”

Leave A Reply

Your email address will not be published.