Latest Odisha News

ବର୍ଷାରେ ବେହାଲ ଗୁଜୁରାଟ: ଛାତରେ ଶୋଇଲା କୁମ୍ଭୀର

ଗୁଜୁରାଟ: ରାଜ୍ୟ ନୁହେଁ ଏବେ ଦେଶରେ ବି ବିତ୍ପାତ ମଚାଇଛି ବର୍ଷା । କେଉଁଠି ବର୍ଷାରେ ରାସ୍ତା, ନାଳ ଏକାକାର ତ ଆଉ କେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଦିଲ୍ଲୀ ଏନସିଆର ଆଉ ଗୁଜୁରାଟ କଥା କହିଲେ ନସରେ । ଗୁଜୁରାଟରେ ତ ବନ୍ୟା ପରିସ୍ଥିତି ଦେଖାଦେଇଛି । ଘର, ରାସ୍ତା, ସୋସାଇଟି ସବୁ ଜଳମଗ୍ନ । ସେପଟେ ଏହାକୁ ନେଇ ପାଣିପାଗ ବିଭାଗ ଆହୁରି ପ୍ରବଳ ବର୍ଷା ନେଇ ସତର୍କ ଜାରି କରିଛି ।

ଅନ୍ୟପକ୍ଷରେ ପାଣିର ମାତ୍ରା ବଢୀବାରୁ ଜଳଜନ୍ତୁଙ୍କ ପାଣି ଆଳରେ ଅଞ୍ଚଳ ଭିତରେ ବୁଲୁଥିବାର ନଜର ଆସିଛନ୍ତି । ଗୁଜୁରାଟର ବଡୋଦରା ଅକୋଟା ଷ୍ଟାଡିୟମ ଅଞ୍ଚଳରେ ଥିବା ଏକ ଘର ଛାତ ଉପରେ କୁମ୍ଭୀର ଶୋଇଥିବାର ଦୃଶ୍ୟମାନ ହୋଇଥିଲା ।

ସେହିପରି ଅହମ୍ମଦାବାଦରେ ମଧ୍ୟ ଏକ କଲେଜ କ୍ୟାମ୍ପସରେ ଏକ କୁମ୍ଭୀର ବୁଲୁଥିବାର ନଜର ଆସିଥିଲା । ପରେ ବନବିଭାଗ ଆସି କୁମ୍ଭୀରଟିକୁ ଉଦ୍ଧାର କରିଥିଲା । ଯାହାକୁ ନେଇ ଲୋକ ଭୟଭୀତ ।

ସେପଟେ ଜାମନଗରରେ ବି ସ୍ଥିତି ବେହାଲ । ଭାରି ବର୍ଷା କାରଣରୁ ଘର ଭିତରେ ଅଣ୍ଟାଏ ପାଣି । ଲୋକ ତ ଲୋକ ଜୀବଜନ୍ତୁ ବି ବର୍ଷାରେ ଅସ୍ତବ୍ୟସ୍ତ । ଅନପଟରେ ଜୁନାଗଡରେ ସମାନ ସ୍ଥିତି । ଜୁନାଗଡ ମାନବଦାର ପୋରବନ୍ଦର ରାସ୍ତା ପୂରା ଜଳମଗ୍ନ । ସ୍ଥିତି ଅଧିକ ବିଗିଡିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରେସ୍କୁ ଟିମ୍ ପହଞ୍ଚି ସେଠିକା ଲୋକଙ୍କୁ ଉଦ୍ଧାର କରିଛନ୍ତି ।

Comments are closed.