Latest Odisha News

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାଁରେ ନିର୍ବାଚନୀ ମାମଲା

ଭୁବନେଶ୍ଵର: କେଭିଙ୍କ ନାଁରେ ନିର୍ବାଚନୀ ମାମଲା । ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାମରେ ନିର୍ବାଚନୀ ମାମଲା ରୁଜୁ କରାଯାଇଛି । ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ସେ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ଆଣିଛନ୍ତି ପରାଜିତ ବିଜୁ ଜନତା ଦଳର ପ୍ରାର୍ଥୀ ସରୋଜ ମେହେର । ତାଙ୍କ ନାମରେ ସ୍ଥାବର, ଅସ୍ଥାବର ସମ୍ପତ୍ତି, ଅପରାଧିକ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି । ଅଗଷ୍ଟ ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି ।

ଅଭିଯୋଗ ପରେ ଉପମୁଖ୍ୟମନ୍ତ୍ରୀ ଙ୍କୁ ହାଇକୋର୍ଟ ନୋଟିସ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଇନଜିବୀ ଆସିଶ ମିଶ୍ର । ପରାଜିତ ବିଜେଡି ପାର୍ଥି ସରୋଜ ମେହେର କରିଥିବା ମାମଲା ଆଧାରରେ ନୋଟିସ କରାଯାଇଛି । ୩୦ ଅଗଷ୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଏହି ଦିନ ମଧ୍ୟ ଉତର ରଖିବାକୁ କେ ଭି ସିଂହଦେଓ ଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ କେଭି ସିଂହଦେଓ ନିର୍ବାଚନ ସତ୍ୟପାଠ ସମ୍ପତ୍ତି ତାଲିକା ଭୁଲ ଦର୍ଶାଯାଇଥିବା ବିଜେଡି ପାର୍ଥି ସରୋଜ ମେହେର୍ କୋର୍ଟ ଙ୍କୁ ଅବଗତ କରିଛନ୍ତି ।

Comments are closed.