Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ପାଖରେ ଅଟକିଛି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ: କେନ୍ଦ୍ର ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭାରେ ଉଠିଲା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ । ଏନେଇ ପ୍ରଶ୍ନ କରିଥିଲେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ । ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଓଡ଼ିଶା ସରକାର ଅନୁରୋଧ କରିଛନ୍ତି । କେନ୍ଦ୍ରର ଅନୁରୋଧ ସତ୍ତ୍ୱେ ରାଜ୍ୟ ସରକାର ଏଥିପାଇଁ ଜରୁରୀ ସମନ୍ୱିତ ପ୍ରସ୍ତାବ ଏଯାଏ ଦେଇ ନାହାନ୍ତି । ତେଣୁ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସ୍ତାବ ଏବେ ବି ଓଡ଼ିଶା ସରକାରଙ୍କ ନିକଟରେ ଅଟକି ରହିଛି ।
ଗତକାଲି ଲୋକସଭାରେ ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ, ହାଇକୋର୍ଟଙ୍କ ମୂଳପୀଠ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବେଞ୍ଚ ସ୍ଥାପନ ଯଶବନ୍ତ ସିଂହ କମିସନଙ୍କ ସୁପାରିସ୍ ଓ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ସ୍ଥିର ହୁଏ ।

ହାଇକୋର୍ଟଙ୍କ ସହ ପରାମର୍ଶ କରି ବେଞ୍ଚ ପାଇଁ ସ୍ଥାନ ଚିହ୍ନଟ ସହ ଏକ ବିସ୍ତୃତ ସମନ୍ୱିତ ପ୍ରସ୍ତାବ ଦେବାକୁ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଥିଲେ । ଏଯାଏ କୌଣସି ଉତ୍ତର ମିଳି ନଥିବାରୁ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ ଏବେ ରାଜ୍ୟ ସରକାରଙ୍କ ନିକଟରେ ହିଁ ଅଟକି ରହିଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ।

Leave A Reply

Your email address will not be published.